Latest Odisha News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କଲେ

ଭୁବନେଶ୍ୱର : ଆଜି ଅଗଷ୍ଟ ୧୫ରେ ସାରା ଦେଶରେ ୭୨ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ଥିତ ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, “ସ୍ୱାଧୀନତା ସଂଗ୍ରାମରେ ଓଡିଶାର ବିଶେଷ ଭୂମିକା ରହିଛି । ଏହାସହିତ ଏକ ଶକ୍ତିଶାଳୀ ଓଡିଶା ଗଠନ କରିବାକୁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି । ଆମ ସରକାର ସବୁବେଳେ ଚାଷୀ, ମହିଳା ଓ ଯୁବକମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି ଏହି ଅବସରରେ କହିଛନ୍ତି” ।

ଆଜିଠୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ଏହି ଯୋଜନା ଦ୍ୱାରା ପାଖାପାଖି ଓଡିଶାର ୭୦ଲକ୍ଷ ପରିବାର ଉପକୃତ ହେବେ । ତେବେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ୩୦ ପ୍ଲାଟୁନ ପୋଲିସ ସହିତ ୧୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସର୍ତକ ସୂଚନା ପରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସ୍କୁଲ ପିଲାମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଅଂଶ ଗ୍ରହଣ କରିବାକୁ ବାରଣ କରିଥିଲେ । ଏନେଇ ଆରଡିସିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଥିଲା । ତେବେ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ସ୍ୱାଧୀନତା ଦିବସ ପାଳନ ହୋଇଥିଲା ।

Leave A Reply

Your email address will not be published.