ମେଲବୋର୍ଣ୍ଣ: ବର୍ଡର-ଗାଭାସ୍କର ଟ୍ରଫିର ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୪୭୪ ରନ ଜବାବରେ ଭାରତ ୫ ୱିକେଟ ବିନିମୟରେ ୧୬୪ ରନ ସଂଗ୍ରହ କରିଛି । ଯଶସ୍ୱୀ ଜୈସୱାଲଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସତ୍ୱେ ଟିମ ଇଣ୍ଡିଆ ଏବେ ବି ଅଷ୍ଟ୍ରେଲିଆ ସ୍କୋରଠାରୁ ୩୧୦ ରନ ପଛରେ ରହିଛି । ରୋହିତ ଶର୍ମା ଓ ବିରାଟ କୋହଲି ପୂନର୍ବାର ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ରିଷଭ ପନ୍ତ ୬ ଓ ରବୀନ୍ଦ୍ର ଜାଡେଜା ୪ ରନ କରି ଅପରାଜିତ ରହିଛନ୍ତି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ ବିନିମୟରେ ୩୧୧ ରନ ସଂଗ୍ରହ କରିଥିଲା ।
ଦ୍ୱିତୀୟ ଦିବସରେ ଷ୍ଟିଭେନ ସ୍ମିଥ ୧୪୦ ରନର ଚମକପ୍ରଦ ଇନିଂସ ଖେଳିଥିଲେ । ୪୭୪ ରନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ଶେଷ ହୋଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ସର୍ବାଧିକ ୪ଟି ଓ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଥିଲେ । ଭାରତର ପ୍ରଥମ ଇନିଂସରେ ଯଶସ୍ୱୀଙ୍କ ୮୨ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୩, କେଏଲ ରାହୁଲ ୨୪, ବିରାଟ କୋହଲି ୩୬ ଓ ଆକାଶଦୀପ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଯାଇଥିଲେ । ପ୍ୟାଟ କୁମିନ୍ସ ଓ ସ୍କଟ ବୋଲାଣ୍ଡ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଫଲୋଅନ ଏଡାଇବା ପାଇଁ ଭାରତକୁ ଆଉ ୧୧୦ ରନ ଆବଶ୍ୟକ ହେଉଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକିଥିବା ୨ଟି ମ୍ୟାଚରେ ଜିତିବା ଜରୁରୀ ହୋଇପଡିଛି ।
Comments are closed.