Latest Odisha News

BREAKING NEWS

ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ୧୬୩ ଧାରା ଲାଗୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ ନୂଆବର୍ଷ ତୋରଣ ପୋତାକୁ ନେଇ ଦେଖାଦେଇଛି ବିବାଦ । ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି କର୍ମୀ । ବିବାଦ ଉଗ୍ର ରୂପ ନେବାରୁ ଉକ୍ତ ଅଞ୍ଚଳରେ ବିଏନଏସଏସ ଧାରା ୧୬୩ ଲାଗୁ ହୋଇଛି ।

ଖବର ମୁତାବକ, ନୂଆବର୍ଷ ପାଇଁ ଆଳି ବଜାର ଦୁର୍ଗାମଣ୍ଡପ ଛକରେ ବିଜେପି କର୍ମୀ ମାନେ ତୋରଣ ପୋତୁଥିଲେ ଏହି ସମୟରେ ଏହାକୁ ବିଜେଡି କର୍ମୀମାନେ ବିରୋଧ କରିଥିଲେ । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଶାନ୍ତ କରିବାକୁ ପ୍ରୟାସ କରିଥିଲେ ହେଲେ ଏହା ଶାନ୍ତ ହେବା ବଦଳରେ ଉଭୟ ପକ୍ଷ ଛକରେ ତୋରଣ ନିର୍ମାଣ ଜିଦ୍ ରେ ଅଟଳ ରହିଥିଲେ ।

ଫଳରେ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ପ୍ରଶାସନ ପକ୍ଷରୁ ବିଏନଏସଏସ ଧାରା ୧୬୩ ଲାଗୁ କରାଯାଇଛି । ଏହି କଟକଣା ଲାଗୁ ହେବା ସହିତ, ଉଭୟ ପକ୍ଷଙ୍କୁ ଦୁର୍ଗାମଣ୍ଡପ ଛକରେ କୌଣସି ପ୍ରକାର କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଜିଷ୍ଟ୍ରେଟ । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି କଟକଣା ଲାଗୁ ରହିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୋଲିସ ମୁତୟନ କରାଯାଇଛି ।

ଏହା ଧାରା ପ୍ରାୟତଃ ୨ ମାସ ପର୍ଯ୍ୟନ୍ତ ଲାଗୁ ହୋଇପାରିବ । କିନ୍ତୁ ତା’ ପୂର୍ବରୁ ଯଦି ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଯାଏ ତା’ ହେଲେ କଟକଣା ଉଠାଯାଇପାରିବ ବୋଲି ମାଜିଷ୍ଟ୍ରେଟ ଶାନ୍ତି ସ୍ୱରୂପ ମିଶ୍ର କହିଛନ୍ତି ।

Leave A Reply

Your email address will not be published.