Latest Odisha News

BREAKING NEWS

ନନ୍ଦନକାନନରେ ପୁଣି ଏକ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨ ଦିନତଳେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଦିନ ପୁଣି ଆଉ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଛି ।

ଏହାବ୍ୟତିତ ଅନ୍ୟ ୩ଟି ଆନାକୋଣ୍ଡାର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ନେଇ ପ୍ରାଣୀ ଉଦ୍ୟାନ୍ ସୁତ୍ରରୁ ପ୍ରକାଶ ।

ନନ୍ଦନକାନନର ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଚେନ୍ନାଇର ପଶୁ ଚିକିତ୍ସିକଙ୍କ ଏକ ବିଶେଷ ଟିମ୍ ସୋମବାର ଦିନ ଚିଡିଆଖାନାରେ ଆସି ପହଞ୍ଚିବେ ଓ ସରୀସୃପଙ୍କ ମୃତ୍ୟୁ ସମ୍ବନ୍ଧରେ ଯାଞ୍ଚ କରିବେ ।

ଆହୁରି ମଧ୍ୟ ଓୟୁଏଟିର ୩ ଜଣ ପଶୁ ବିଶେଷଜ୍ଞ ପ୍ରାଣୀ ଉଦ୍ୟାନରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଅନ୍ୟ ୩ଟି ସାପର ଚିକିତ୍ସା କରୁଛନ୍ତି ।

ହଳଦିଆ ଆନାକୋଣ୍ଡା ଗୁଡିକ ଦକ୍ଷିଣ ଆମେରିକାର ବୋଆ ସାପ ପ୍ରଜାତିର । ଏହା ଦୁନିଆର ସବୁଠୁ ବଡ ସାପ ଅଟେ କିନ୍ତୁ ସବୁଜ ଆନାକୋଣ୍ଡା ଠାରୁ ଛୋଟ ।

ଉଲ୍ଲେଖଯୋଗ୍ୟ, ନନ୍ଦନକାନନର ୫ ଜଣିଆ ଟିମ ଗତ ଅକ୍ଟୋବର ୨୨ରେ ଚେନ୍ନାଇସ୍ଥିତ ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟରୁ ୮ଟି ହଳଦିଆ ଆନାକୋଣ୍ଡା ଓ ୩ଟି ନୀଳନଦୀ କୁମ୍ଭୀର ଆଣିଥିଲେ।

 

Leave A Reply

Your email address will not be published.