Latest Odisha News

କଟକର ଆନ୍ଧ୍ର ବ୍ୟାଙ୍କ କୋଠାରେ ଅଗ୍ନିକାଣ୍ଡ

କଟକ: କଟକର ମଙ୍ଗଳାବାଗ ସ୍ଥିତ ଆନ୍ଧ୍ରା ବ୍ୟାଙ୍କ ଶାଖା କୋଠାରେ  ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି ।

ଆଜି ସକାଳେ ଉକ୍ତ ସର୍ଜିକାଲ ଆଇଟମ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ନେଇ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ପରେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ଗାଡି ଅଣାଯାଇ ନାଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି।

ତେବେ ଏହି ଅଗ୍ନିକାଣ୍ଡ ଘଟଣାର କାରଣ ସମ୍ପର୍କରେ ଜଣାପଡ଼ିନାହିଁ । ସର୍ଟସର୍କିଟ ଯୋଗୁଁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Comments are closed.