Latest Odisha News

BREAKING NEWS

ଶୀତ ଦିନେ କେଉଁ ପାଣିରେ ମୁଣ୍ଡ ସଫା କରିବେ ?

ଭୁବନେଶ୍ବର: ଶୀତ ଦିନ ହେଲେ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧେଇଥାନ୍ତି । ତେବେ ମୁଣ୍ଡ ଧୋଇଲାବେଳେ ଆପଣ ଗରମ ପାଣି ବ୍ୟବହାର କରୁଛନ୍ତି କି ତେବେ ଏପରି କରନ୍ତୁ ନାହିଁ । ଚର୍ମ ବିଶେଷଜ୍ଞଙ୍କ ଅନୁସାରେ, ଗରମ ପାଣି କେଶ ପାଇଁ କ୍ଷତିକାରକ । ଗରମ ପାଣିର ବ୍ୟବହାରରେ କେଶ ଶୁଷ୍କ ଓ ରୁକ୍ଷ ହୋଇଯାଏ । ଥଣ୍ଡା ପାଣି କେଶର ରଙ୍ଗ ଠିକ୍ ରଖେ ଓ ଠିକ୍ ଭାବେ ରକ୍ତ ସଞ୍ଚାଳନ ହୁଏ କେଶ ମୂଳ ମଜବୁତ ହୋଇଥାଏ ।

ତେବେ ଶୀତ ଦିନେ ପ୍ରବଳ ଥଣ୍ଡାରେ ଥଣ୍ଡା ପାଣିରେ ବି ମୁଣ୍ଡ ଧୋଇବା ସମ୍ଭବପର ନୁହେଁ । ତେଣୁ ନଖ ଉଷୁମ ପାଣିରେ କେଶ ଧୋଇପାରିବେ ।

 

ଆପଣ ବ୍ୟବହାର କରୁଥିବା ସାମ୍ପୂକୁ ମୁଣ୍ଡରେ ଲଗାଇ ଭଲ ଭାବେ ଘଷନ୍ତୁ ଏବଂ କେଶରୁ ସବୁ ମଇଳା ଓ ତେଲକୁ ସଫା କରନ୍ତୁ । ଉଷୁମ ପାଣିରେ ସାମ୍ପୂ ଧୋଇ ଦିଅନ୍ତୁ ଓ କଣ୍ଡିସନର ଲଗାନ୍ତୁ । ଏହାପରେ କଣ୍ଡିସନରକୁ ଥଣ୍ଡା ପାଣିରେଧୋଇ ଦେବେ । ଏହା ଲୋମଛିଦ୍ର ବନ୍ଦ ହୋଇଯିବ । କାରଣ ଲୋମଛିଦ୍ର ଖୋଲି ଯାଇଥାଏ ଗରମ ପାଣିରେ ଏହାଦ୍ବାରା କେଶ ଝଡିବା ସମସ୍ୟା ମଧ୍ୟ ଦେଖାଦେଇପାରେ ।

 

 

 

 

Comments are closed.