Latest Odisha News

BREAKING NEWS

ରତ୍ନଗିରିରରୁ ମିଳିଲା ବୌଦ୍ଧ କୀର୍ତ୍ତିରାଜିର ଅମୂଲ୍ୟ ଅବଶେଷ..

ଯାଜପୁର: ରତ୍ନଗିରିରୁ ମିଳିଲା ବୌଦ୍ଧ କୀର୍ତ୍ତିରାଜିର ଅନ୍ୟନ୍ୟ ଅବଶେଷ । ଓଡ଼ିଶାର ଯାଜପୁର ଜିଲ୍ଲାର ରତ୍ନଗିରି ବୌଦ୍ଧ ସ୍ଥଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ଖନନ କାର୍ଯ୍ୟ ଚାଲିଥିବା ବେଳେ ଏବେ ସେଠୁ ବୌଦ୍ଧ କୀର୍ତ୍ତିରାଜିର କିଛି ଅମୂଲ୍ୟ ଅବଶେଷ ଆବିଷ୍କାର ହୋଇଛି ।

ଏହି ସନ୍ଧାନ ଚାଲିଥିବା ବେଳେ ସବୁଠାରୁ ଆକର୍ଷଣୀୟ ଏକ ଭଗ୍ନ ଏକାଙ୍ଗ ହାତୀ ମିଳିଛି । ଯାହାର ଲମ୍ବ ୫ ଫୁଟ ଏବଂ ଉଚ୍ଚତା ୩.୫ରୁ ଅଧିକ ରହିଛି । ଏଥିସହିତ ଏଏସଆଇ ଖନନ ବେଳେ ଅନେକ କୀର୍ତ୍ତିରାଜି ମିଳିଥିବା ବେଳେ ଏଥିରେ ଏକ ବିଶାଳ ବୁଦ୍ଧ ମୁଣ୍ଡ, ବୌଦ୍ଧ ଦେବତାଙ୍କ ମୂର୍ତ୍ତିକଳା ଖଣ୍ଡ, ପୂଜା ସ୍ତୂପ ସହିତ ବିଭିନ୍ନ ପ୍ରକାରର ଇଟା, ପଥର ଗଠନ ଏବଂ ମାଟି ସାମଗ୍ରୀର ସଂଗ୍ରହ ମଧ୍ୟ ରହିଛି ।

ତେବେ ଡିସେମ୍ବର ପ୍ରଥମ ସପ୍ତାହରେ ଏଏସଆଇ ଦ୍ବାରା ଆରମ୍ଭ ହୋଇଥିବା ଏହି ଖନନ ପ୍ରକ୍ରିୟାରେ ବୌଦ୍ଧ କୀର୍ତ୍ତିରାଜିର ଅନେକ ସୁନ୍ଦର ସୁନ୍ଦର ନିଦର୍ଶନ ମିଳିଛି ।

ବ୍ରାହ୍ମଣୀ ଏବଂ ବିରୂପା ନଦୀ ମଧ୍ୟରେ ଅବସ୍ଥିତ ଥିବା ରତ୍ନଗିରି ପାହାଡ଼ ଉପରେ ଏଏସଆଇ ଦ୍ବାରା ଚାଲିଥିବା ଏହି ବୌଦ୍ଧ ଖନନ ସ୍ଥଳ ଶେଷ ଥର ପାଇଁ ୧୯୫୮ ରୁ ୧୯୬୧ ଖନନ ହୋଇଥିଲା । ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିତ୍ ଦେବଳା ମିତ୍ରଙ୍କ ନେତୃତ୍ବରେ ଏଏସଆଇ ଦ୍ୱାରା ଖନନ କରାଯାଇଥିଲା । ସେ ସେତେବେଳେ ଏହି ସ୍ଥାନର କେନ୍ଦ୍ରସ୍ଥଳ ୫ମ ଶତାବ୍ଦୀରେ ଥିଲା ବୋଲି ଦର୍ଶାଇଥିଲେ  । ଯାହାର ବିକାଶ ପ୍ରାୟ ୧୨ଶ ଶତାବ୍ଦୀ ପର୍ଯ୍ୟନ୍ତ ଜାରି ରହିଥିଲା ।

Comments are closed.