Latest Odisha News

ଅଫିସ୍ କାମ ଚାପରେ ମଧ୍ୟାହ୍ନ ଭୋଜନ ଛାଡୁଛନ୍ତି କି; ହେବ ହୃଦରୋଗ

ଭୁବନେଶ୍ବର: ଅଫିସ୍ କାମର ଚାପ, ମିଟିଙ୍ଗ, ଡେଡଲାଇନ୍ ଅବା ଅଫିସ୍ ରେ ଖାସ୍ ହେବା ଆଶାରେ ମଧ୍ୟାହ୍ନ ଭୋଜନକୁ ଭୁଲିଯାଉଛନ୍ତି କି, ତେବେ ଏହା ଶରୀର ପାଇଁ ବେଶ୍ କ୍ଷତିକାରକ ଅଟେ । ଆଜିକାଲି ଭିତରେ ଏହାର ପ୍ରଭାବ ଦେଖିପାରିବେ ନାହିଁ, ଦୀର୍ଘଦିନ ପରେ ଏହାର ପ୍ରଭାବ ବେଶ୍ ଶରୀରର ଉପରେ ପଡିଥାଏ । ଖାସ୍ କରି ହୃଦୟଜନିତ ସମସ୍ୟା ଆଣିଥାଏ ।

ମଧ୍ୟାହ୍ନ ଭୋଜନ ଅବହେଳାରୁ ହେଉଥିବା କ୍ଷତି

– ନିୟମିତ ଭାବେ ଖାଦ୍ୟ ନଖାଇବା ଦ୍ବାରା ଓଜନ ବଢିବା ସହ ଶର୍କାର ସ୍ତରରେ ଉତ୍ଥାନପତ୍ତନ ଆସେ । ଯାହା ହୃଦୟ ପାଇଁ ଠିକ୍ ନୁହେଁ ।
– ଅନିୟମିତ ଖାଦ୍ୟ ଖାଇବା ଯୋଗୁଁ କୋଲେଷ୍ଟେରଲ୍ ସ୍ତରରେ ବି ଅସନ୍ତୁଳନ ଆସିଥାଏ । କୋଲେଷ୍ଟେରଲ୍ ବଢିଲେ ହାର୍ଟ ପ୍ରୋବଲେମ୍ ହୋଇଥାଏ ।
– ଏପଟେ ଷ୍ଟ୍ରେସ ହରମୋନର ସ୍ତର ବଢିବା ଫଳରେ ରକ୍ତଚାପ ବଢିଥାଏ । ଏହା ହୃଦୟ ରୋଗର ଏକ କାରଣ ।
-ଖାଇବାରେ ଅନିୟମିତତା ଯୋଗୁଁ ପାଚନତନ୍ତ୍ର ପ୍ରକ୍ରିୟା ସଠିକ୍ ଭାବରେ ହୁଏ ନାହିଁ । ଫଳରେ ଏସିଡିଟି ସମସ୍ୟା ଦେଖିବାକୁ ମିଳେ ।
– ଖାଇବା ଛାଡିଲେ ଶରୀର ଦୁର୍ବଳ ଓ ଥକ୍କା ଅନୁଭବ ହୁଏ । ରକ୍ତରେ ଶର୍କାର ସ୍ତର କମ୍ ହେଲେ ଚିଡଚିଡାପଣ, ମୁଣ୍ଡବିନ୍ଧା ସମସ୍ୟାମାନ ଦେଖାଦେଇଥାଏ ।

କଣ କରିବା ଉଚିତ୍

– ଦିନରେ ଭରପୂର ପାଣି ପିଅନ୍ତୁ । କାମରେ ମଝିରେ ମଝିରେ ସାମନ୍ୟ ବ୍ରେକ ନେବା ସହ କିଛି ସ୍ବାସ୍ଥ୍ୟକର ଖାଆନ୍ତୁ ।
– ମଧ୍ୟାହ୍ନ ଭୋଜନରେ ସବୁଜ ପରିବା, ସାଲାଡ୍, ଫଳ ଖାଆନ୍ତୁ ।
-ନିୟମିତ ଏକ ନିର୍ଦ୍ଦିଷ୍ଟ ସମୟରେ ଖାଇବାକୁ ଚେଷ୍ଟା କରନ୍ତୁ ।
– ଫାଷ୍ଟଫୁଡ ଠାରୁ ଦୂରେଇ ରୁହନ୍ତୁ ।

 

Comments are closed.