Latest Odisha News

BREAKING NEWS

ଗେମିଙ୍ଗ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ଏହି ଦିଗରେ ଧ୍ୟାନ ଦିଅନ୍ତୁ..

ଭୁବନେଶ୍ବର: ଯଦି ଆପଣ ଗେମିଙ୍ଗ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କୁ କିଛି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଯାହା ଦ୍ବାରା ଆପଣ ଏକ ଫୋନ୍ ବାଛିପାରିବେ ଯାହା ଆପଣଙ୍କର ଗେମିଂ ଅଭିଜ୍ଞତାକୁ ଉନ୍ନତ କରିଥାଏ । ଆସନ୍ତୁ ଏହିସବୁ ବିଷୟରେ ଜାଣିବା..

-ଗେମିଙ୍ଗ ପାଇଁ ଏକ ପାଓ୍ବାରଫୁଲ ପ୍ରୋସେସର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍ନାପଡ୍ରାଗନ୍ 800 ସିରିଜ୍ କିମ୍ବା ମିଡିଆଟେକ୍ ଡାଇମେନସିଟି 9000 ସିରିଜ ପରି ପ୍ରୋସେସର୍ ଥିବା ଫୋନ୍ ଗୁଡିକୁ ବିଚାର କରନ୍ତୁ । ଏହି ପ୍ରୋସେସର ଗୁଡିକ ଗେମିଙ୍ଗ ସମୟରେ ଭଲ କାମ କରେ ।

-ସ୍ମାର୍ଟଫୋନରେ ଅତି କମରେ 8GB RAM ରହିବା ଦରକାର । ଏଥିରେ ଆପଣ ପ୍ରାୟ ସବୁ ଗେମ୍ ଖେଳିବାରେ ସକ୍ଷମ ହେବେ ଏବଂ ଏହା ଆପଣଙ୍କୁ ଏକ ଉତ୍ତମ ଖେଳ ଅଭିଜ୍ଞତା ଦେବ ।

-ଖେଳଗୁଡିକ ଅଧିକ ଷ୍ଟୋରେଜ ନେଇଥାଏ । ତେଣୁ, ଫୋନରେ ଯେତେ ଷ୍ଟୋରେଜ୍ ରହିବ, ସେତେ ଭଲ ହେବ ।  ଅତିକମରେ 128GB ଇଣ୍ଟରନାଲ ଷ୍ଟୋରେଜ୍ ରହିବା ଉଚିତ୍ । କେତେକ ଫୋନରେ, ଆପଣ ମାଇକ୍ରୋଏସଡି କାର୍ଡ ମାଧ୍ୟମରେ ଷ୍ଟୋରେଜ୍ ମଧ୍ୟ ବୃଦ୍ଧି କରିପାରିବେ ।

-ଡିସପ୍ଲେର ରିଫ୍ରେସ୍ ରେଟ ଯେତେ ଅଧିକ ହେବ, ଗେମିଙ୍ଗର ଅଭିଜ୍ଞତା ଅଧିକ ସ୍ମୁଥ ରହିବ। 90Hz କିମ୍ବା 120Hz ରିଫ୍ରେସ୍ ରେଟ୍ ଥିବା ଡିସପ୍ଲେ ବାଛନ୍ତୁ । ଲମ୍ବା ଗେମିଂ ସେସନରେ ପାଇଁ ଏକ ବଡ ବ୍ୟାଟେରୀ ଆବଶ୍ୟକ । ତେଣୁ, 5000mAh କିମ୍ବା ତାଠାରୁ ଅଧିକ ବ୍ୟାଟେରୀ ଥିବା ଏକ ଫୋନ୍ ବାଛନ୍ତୁ ।

-ଖେଳ ପାଇଁ ଡେଡିକେଟେଡ ବଟନ୍ ଏବଂ କଣ୍ଟ୍ରୋଲ ରହିବା ଦ୍ବାରା ଗେମିଙ୍ଗର ଅଭିଜ୍ଞତାକୁ ଆହୁରି ଉନ୍ନତ କରିଥାଏ । ଆପଣ ଗେମ ଖେଳିବାରେ ମଧ୍ୟ ସୁବିଧା ହେବ। ଫୋନରେ ଭଲ ଅଡିଓ କ୍ବାଲିଟି, 5G ସପୋର୍ଟ, ୱାଇ-ଫାଇ 6 ଏବଂ ବ୍ଲୁଟୁଥ୍ 5.2 ପରି କନେକ୍ଟିଭିଟି ଫିଚର ରହିବା ଦରକାର ।

Leave A Reply

Your email address will not be published.