ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ଥିବା ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛି। ରାଜନର ସାଇନସ ସମସ୍ୟା ଥିବାରୁ ଏହାର ଅପରେସନର ଆବଶ୍ୟକତା ରହିଛି। ତେଣୁ ତାକୁ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ଛୋଟା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା। ତେବେ ୨୦୦୧ରେ କରାଯାଇଥିବା ଜୟା ସେଟ୍ଟୀଙ୍କ ହତ୍ୟା ମାମଲାରେ ୨୦୨୪ ଅକ୍ଟୋବରରେ ରାଜନକୁ ଜାମିନ ମିଳିଥିଲା। ବମ୍ବେ ହାଇକୋର୍ଟ ରାଜନର ଆଜୀବନ କାରାଦଣ୍ଡକୁ ଖରାଜ କରିଥିଲେ।
ଏହି ଖାରଜ ସତ୍ତ୍ବେ ମଧ୍ୟ ଜେଲରୁ ବାହାରି ପାରି ନଥିଲା ରାଜନ । ସାମ୍ବାଦିକ ଜେ ଦେଙ୍କ ହତ୍ୟା ଘଟଣାରେ ସ୍ୱତନ୍ତ୍ର କୋର୍ଟ ତା’କୁ ଆଜୀବନ ଜେଲଦଣ୍ଡ ଘୋଷଣା କରିଥିଲେ। ତେଣୁ ଜାମିନ ମିଳିଥିଲେ ମଧ୍ୟ ରାଜନ ପୁଣି ଜେଲରେ ରହିଥିଲା।
୩୨ ବର୍ଷ ପରେ ଗତ ସପ୍ତାହରେ ଛୋଟା ରାଜନ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ବିଳାସ ପାୱାରକୁ ପୋଲିସ ଗିରଫ କରିଥିଲା। ପାୱାର ଛୋଟା ରାଜନର ଅତ୍ୟନ୍ତ ଘନିଷ୍ଠ ଭାବେ କାମ କରୁଥିବା ସୂଚନା ମିଳିଛି।