ଭୁବନେଶ୍ବର: ମୁଖ୍ୟତଃ ମାର୍କଟରେ କମ୍ ବଜେଟ୍ରେ ମହିଳାମାନଙ୍କ ପାଇଁ ବ୍ରାଣ୍ଡେଣ୍ଡ୍, ଷ୍ଟାଇଲିସ୍ ପୋଷାକ ମିଳିଥାଏ । କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଏହା ଟିକେ ମହଙ୍ଗା ପଡେ । ତେବେ ପୁରୁଷମାନେବି ଚାହାନ୍ତି କମ୍ ବଜେଟ୍ରେ ଷ୍ଟାଇଲିସ୍ ଲୁକ୍ । ସେଥିପାଇଁ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ । ଆପଣଙ୍କ ପାଇଁ ଆଣିଛୁ କମ୍ ବଜେଟ୍ରେ କିପରି ଷ୍ଟାଇଲିସ୍ ଦେଖାଯିବେ ସେଥିପାଇଁ କିଛି ଟିପ୍ସ୍ …
ଚେକ୍ ସାର୍ଟ
ଯଦି ଆପଣ ଅଧିକାଂଶ ସମୟରେ ପ୍ଲେନ୍ କିମ୍ବା ଫର୍ମାଲ୍ ସାର୍ଟ ପିନ୍ଧୁଛନ୍ତି ତେବେ ସାର୍ଟରେ ଚେଞ୍ଜ ଆଣନ୍ତୁ । ଏହା ବଦଳରେ ଆପଣାନ୍ତୁ ଚେକ୍ ସାର୍ଟ । ମାର୍କେଟ୍ରେ ଆପଣଙ୍କୁ ବିଭିନ୍ନ ରଙ୍ଗର ଏହି ସାର୍ଟ ମିଳିଯିବ । ଏହା ଅଫିସ୍ ବଦଳରେ ଅନ୍ୟ ସବୁ ସ୍ଥାନକୁ ପିନ୍ଧିକି ଯାଇପାରିବେ ।
ପ୍ରିଣ୍ଟେଟ୍ ଟି-ସାର୍ଟ
ଆଜିକାଲି ପ୍ରିଣ୍ଟେଟ୍ ଟି-ସାର୍ଟର ଟ୍ରେଣ୍ଡ୍ ଚାଲିଛି । ଅନ୍ଲାଇନ୍ ମାର୍କେଟ୍ରେ ନିଜ ଇଚ୍ଛା ମୁତାବକ ଏହି ଟି-ସାର୍ଟ ଉପଲବ୍ଧ ରହୁଛି । ଏହା ବ୍ୟତୀତ ଏହା ବିଭିନ୍ନ ଶୋରୁମ୍ ଓ ଛୋଟ ବଡ ଡ୍ରେସ୍ ଦୋକାନରେ ମିଳିଯିବ ।
ପ୍ରିଣ୍ଟେଟ୍ ସାର୍ଟ
ପ୍ରାୟତଃ ଛୁଟିଦିନରେ ପ୍ରିଣ୍ଟେଟ୍ ସାର୍ଟ ପିନ୍ଧିବାକୁ ପସନ୍ଦ କରନ୍ତି । କିନ୍ତୁ ଏହା ଆମେ ଡେଲି ୱାର୍ରେ ସାମିଲ୍ କରିପାରିବା । ଏହି ସାର୍ଟ ସହ ପ୍ଲେନ୍ କିମ୍ବା ଗାଢ ରଙ୍ଗର ଟି-ସାର୍ଟ ପିନ୍ଧନ୍ତୁ । ଏହା ଷ୍ଟାଇଲିସ୍ ଲୁକ୍ ଦେଇଥାଏ ।
ଢିଲା ଟ୍ରାଉଜରସ୍ ପ୍ୟାଣ୍ଟ୍
ଯଦି ଆପଣ ଫ୍ରମାଲ୍ ଲୁକ୍ରେ ଅଧିକ ବିକଳ୍ପ ଚାହୁଁଛନ୍ତି ତେବେ ଢିଲା ଟ୍ରାଉଜରସ୍ ପ୍ୟାଣ୍ଟ୍ ଆପଣଙ୍କ ପାଇଁ ବେଷ୍ଟ୍ ଚଏସ୍ ହୋଇପାରେ । ଫିକା ରଙ୍ଗର ହାଏ ୱେଷ୍ଟେଡ୍ ଟ୍ରାଉଜରସ୍ ସହିତ ଫୋଲଡେଡ୍ ସାର୍ଟର କମ୍ବିସେନ୍ ଆପଣଙ୍କୁ ଏକ ପରଫେକ୍ଟ ଲୁକ୍ ଦେଇଥାଏ ।
ଲେସ୍ ଅପ୍ ବ୍ରୋଗସ୍ (less of brogue)
ପୂର୍ବ ରୁ ବ୍ରୋଗସ୍ ବିନା ଲେସ୍ରେ ମାର୍କେଟ୍ରେ ମିଳୁଥିଲା ଏବେ ଏହାର ଲେସ୍ ପାର୍ଟନ୍ ଆସିଗଲାଣି । ଏହାକୁ ହାଏ ୱେଷ୍ଟେଡ୍ ଟ୍ରାଉଜରସ୍ ସହ ଏହି ଫୁଟ୍ ୱେ୍ର୍ ପିନ୍ଧି ପାରିବେ । ଯାହା ଆପଣଙ୍କୁ ଷ୍ଟାଇଲିସ୍ ଲୁକ୍ ଦେବ ।