Latest Odisha News

ମେଲବୋର୍ଣ୍ଣ ଟେଷ୍ଟ ପରେ ଅବସର ନେଇଥାନ୍ତେ ରୋହିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବିଭିନ୍ନ ପ୍ରକାରରର ଆକଳନ କରାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । କୋଚ ଗୌତମ ଗମ୍ଭୀରଙ୍କ ସହ ତାଙ୍କ ମତଭେଦ ମଧ୍ୟ ସମ୍ମୁଖକୁ ଆସିଥିଲା । ମେଲବୋର୍ଣ୍ଣ ଟେଷ୍ଟ ପରେ ରୋହିତ ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ସ୍ଥିର କରିଥିଲେ । ହଠାତ ସେ ଶେଷ ମୂହର୍ତରେ ତାଙ୍କ ନିଷ୍ପତି ବଦଳାଇ ଦେଇଥିଲେ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ସିଡନୀ ଟେଷ୍ଟ ଅବସରରେ ରୋହିତ ତାଙ୍କ ନିଷ୍ପତିରୁ ଓହରିଯିବା ଗମ୍ଭୀରଙ୍କୁ କ୍ଷୁବ୍ଧ କରିଛି ।

ହିଟମ୍ୟାନଙ୍କ ହିତକାଂକ୍ଷୀମାନେ ଅବସର ନ ନେବା ପାଇଁ ତାଙ୍କୁ ବୁଝାଇଥିଲେ । ଏପରିକି ସିଡନୀ ଟେଷ୍ଟରେ ତାଙ୍କୁ ଚୂଡାନ୍ତ ଏକାଦଶରୁ ଓହରିଯିବା ପାଇଁ ବାଧ୍ୟ କରାଯାଇଥିଲା । ରୋହିତ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚୂଡାନ୍ତ ଦଳରେ ସ୍ଥାନ ପାଇବେ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏହା ସତ୍ୟ ଯେ, ରୋହିତଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ଚୟନକମିଟିଙ୍କ ଉପରେ ନିର୍ଭର କରୁଛି ।

Leave A Reply

Your email address will not be published.