Latest Odisha News

ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି: ହେବ କଡା କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର: ଏଣିକି ମଣ୍ଡିରେ ଚାଲିବନି ମିଲରଙ୍କ ମନମାନି । କଟନି ଛଟନି କଲେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଆଜି ସମବାୟ କର୍ମଚାରୀଙ୍କୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ଏନେଇ ମନ୍ତ୍ରୀ ସମବାୟ କର୍ମଚାରୀଙ୍କୁ ତାଗିଦ୍ କରି କହିଛନ୍ତି, ମିଲରଙ୍କ କାମ ଚାଷୀଙ୍କ ସହ କଥା ହେବା ନୁହେଁ କିମ୍ବା ତାଙ୍କ ଠାରୁ ଧାନ କିଣିବା । ଯଦି କେହି ମିଲର ମନମାନୀ କରୁଛନ୍ତି, ତାହାହେଲେ ବିଭାଗକୁ ଜଣାଇବା ସହ ଥାନାରେ ଏଫଆଇଆର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ମିଲରମାନେ ଧାନ ଉଠେଇବାକୁ ଗାଡି ପଠାନ୍ତି । ସେମାନଙ୍କ କାମ ଚାଷୀଙ୍କ ସହ କଥା ହେବା କିମ୍ବା ତାଙ୍କଠାରୁ ଧାନ କିଣିବା ନୁହେଁ । ଯଦି ଏଥିରେ ମିଲରମାନେ ହାତଗୁଞ୍ଜା ଦେଇ ଏପଟ ସେପଟ କରୁଥିଲେ ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.