Latest Odisha News

ଚାମ୍ପିୟନ୍ସ ଟ୍ରଫି ଗମ୍ଭୀରଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ: କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁ ଟିମ ଇଣ୍ଡିଆର ଦୁଇ ସିନିୟର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଏବେ ଟାର୍ଗେଟରେ ରହିଛନ୍ତି । ଟି୨୦ ବିଶ୍ୱକପ ଜିତିଥିବା ଟିମର ଏପରି କଣ ହୋଇଗଲା ଯେ, କ୍ରମାଗତ ସିରିଜ ପରାଜୟବରଣ କରି ଚାଲିଛି । ଗୌତମ ଗମ୍ଭୀର କୋଚ ପଦ ଗ୍ରହଣ କରିବା ପରେ ଟିମ ସନ୍ତୁଳନ ବିଗିଡି ଯାଇଥିବା ଅନୁମାନ କରାଯାଉଛି । ଏକ ମଜଭୁତ ଟିମ ଗଠନ କରିବା ପାଇଁ ବିସିସିଆଇ ଗମ୍ଭୀରଙ୍କୁ ଡେଡଲାଇନ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଆଗାମୀ ଚାମ୍ପିୟନ୍ସ ଟ୍ରଫି ପରେ ଦଳ ଭଲ ପ୍ରଦର୍ଶନ ନ କଲେ ଗମ୍ଭୀର ତାଙ୍କ ପଦ ହରାଇ ପାରନ୍ତି । ଗମ୍ଭୀର ସିନିୟର ଖେଳାଳିଙ୍କ ପରାମର୍ଶ ଗ୍ରହଣ କରିବା ବଦଳରେ ନିଜେ ସବୁ କିଛି ସ୍ଥିର କରୁଥିବା ଅଭିଯୋଗ ହେଉଛି ।

ଦଳରେ ଅନେକ ଖେଳାଳିଙ୍କ ସହ ତାଙ୍କର ମତଭେଦ ହୋଇଛି । ଟିମ ଏକଜୁଟ ହୋଇ ଖେଳିବା ବଦଳରେ ଭାଗ ହେବାରେ ଲାଗିଛି । ଖେଳାଳିମାନେ ରବି ଶାସ୍ତ୍ରୀ, ରାହୁଲ ଡ୍ରାଭିଡଙ୍କ ସମୟରେ ଯେଉଁ ଭଳି ଖୋଲା ମନରେ ଖେଳୁଥିଲେ ଗମ୍ଭୀରଙ୍କ ସମୟରେ ତାହା ଦେଖିବାକୁ ମିଳୁ ନାହିଁ । ଖେଳାଳିଙ୍କ ନିକଟତର ହେବାରେ ସେ ବିଫଳ ହୋଇଥିବା ଖବର ପ୍ରକାଶ ପାଇଛି । ଯଦି ଚାମ୍ପିୟନ୍ସ ଟ୍ରଫିରେ ଦଳ ଭଲ ପ୍ରଦର୍ଶନ ନ କରିବା ତେବେ ଗମ୍ଭୀର ମଧ୍ୟ ଡୁବିବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.