Latest Odisha News

BREAKING NEWS

୨ଟି ଏଟିଏମ୍ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ: ଆଜି ଗୋଟିଏ ଦିନରେ ଦୁଇଟି ଏଟିଏମ୍ ରେ ସିରିଜ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ବୌଦ୍ଧ ଥାନା ବଢିଗାଁ ଏବଂ ବୀରନରସିଂହପୁର ଏସବିଆଇ ଏଟିଏମରୁ ସିରିଜ୍ ଲୁଟ୍ ହୋଇଛି । କିଛି ଦୁର୍ବୃତ୍ତ ଏଟିଏମ୍‌ ତାଡ଼ି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।

ଲୁଟ୍ କରିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ଏଟିଏମ୍ ଲୁଟ୍ ହୋଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୋଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରିବାରେ ଏଯାବତ୍ ସଫଳ ହୋଇନାହିଁ ।

Leave A Reply

Your email address will not be published.