ଭୁବନେଶ୍ବର: ପାଣି ସିଙ୍ଗଡ଼ା ଶୀତଦିନରେ ବଜାରରେ ମିଳିଥାଏ । ଏହି ପାଣି ସିଙ୍ଗଡ଼ାରେ ଭରି ରହିଛି ଅନେକ ପୋଷକ ତତ୍ତ୍ବ ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏଥିରେ ଭିଟାମିନ୍ ବି୬, ପ୍ରୋଟିନ୍ , ଫାଇବର୍ , ପୋଟାସିୟମ୍ ପ୍ରଚୁର ପରିମାଣରେ ରହିଛି । ଡାକ୍ତର ମଧ୍ୟ କହନ୍ତି ସିଜନାଲ ଫ୍ରୁଟ ଖାଇବା ଜରୁରୀ । ଆପଣ ପାଣି ସିଙ୍ଗଡ଼ାକୁ ନିଜ ଖାଇବାରେ ସାମିଲ କରନ୍ତୁ ଓ ଦେଖନ୍ତୁ ଳାଭ..
– ପାଣି ସିଙ୍ଗଡ଼ାରେ କମ୍ କ୍ୟାଲୋରୀ ଥାଏ । ଓଜନ କମ୍ କରିବାରେ ଏହା ସହାଯ୍ୟ କରିଥାଏ । ନିୟମିତ ପାଣି ସିଙ୍ଗଡ଼ାକୁ ସକାଳ ଜଳଖିଆରେ ଖାଇ ପାରିବେ ।
– ଥାଇରଏଡ୍ ସମସ୍ୟା ପାଇଁ ଲାଭଦାୟକ ପାଣି ସିଙ୍ଗଡ଼ା । ଏଥିରେ ଆୟୋଡିନ୍ ଥାଏ ଯାହା ଗଳା ସମ୍ଭନ୍ଧୀୟ ରୋଗ ପାଇଁ ଭଲ ।
– ପାଣି ସିଙ୍ଗଡ଼ାରେ ଲରିକ୍ ଏସିଡ୍ ଥାଏ । ନିୟମିତ ପାଣି ସିଙ୍ଗଡ଼ା ଖାଇଲେ ଏହି ଏସିଡ୍ କେଶ ଝଡିବାକୁ କମ୍ କରିଥାଏ ।
-ପାଣି ସିଙ୍ଗଡ଼ାରେ ପ୍ରଚୁର ପାଣି ଥାଏ । ଏହା ଖାଇଲେ ଡିହାଇଡ୍ରେସନର ସମସ୍ୟା ଦୂର ହୁଏ ।