Latest Odisha News

ଗଣତନ୍ତ୍ର ଦିବସ ପରେଡ; ଭାଗ ନେବେ ୪୦ଟି ଏୟାରକ୍ରାପ୍ଟ, ବାଦ୍ ପଡିବ ତେଜସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୬ ଜାନୁଆରୀରେ ଭାରତ ଏହାର ୭୬ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଦିନ କର୍ତ୍ତବ୍ୟ ପଥରେ ସବୁଥର ପରି ଏଥର ମଧ୍ୟ ପରେଡ୍ ଆୟୋଜନ କରାଯିବ । ଏଥିରେ ଭାରତର ସଶସ୍ତ୍ର ବାହିନୀର ବିଭିନ୍ନ ଶାଖା ପରେଡ୍ କରିବେ । ସେହି ସମୟରେ, ବାୟୁସେନା ତାର ଦକ୍ଷତା ପ୍ରଦର୍ଶନ କରିବ ଏବଂ ବିଭିନ୍ନ ରାଜ୍ୟ ସେମାନଙ୍କର ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବେ ।

ତେବେ ଚଳିତ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତୀୟ ବାୟୁସେନାର ମୋଟ ୪୦ଟି ବିମାନ ଭାଗନେବେ । ହେଲେ ଭାରତର ସ୍ୱଦେଶୀ ତେଜସ୍ ବିମାନ ଅଂଶଗ୍ରହଣ କରିବ ନାହିଁ । ଆସନ୍ତୁ ଜାଣିବା କଣ ରହିଛି କାରଣ ।

ସୂଚନା ଅନୁଯାୟୀ, ତେଜସ୍ ଏକ ସିଙ୍ଗଲ୍ ଇଞ୍ଜିନ୍ ବିମାନ । ଏହି କାରଣରୁ ସେ ଏଥର ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବେ ନାହିଁ । ଭାରତୀୟ ବାୟୁସେନା ଏହାକୁ ନେଇ ଏକ ନୂତନ ନୀତି ପ୍ରସ୍ତୁତ କରିଥିଲା । ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟରର ସମ୍ପୂର୍ଣ୍ଣ ଫ୍ଲିଟ୍ ବର୍ତ୍ତମାନ ଗ୍ରାଉଣ୍ଡେଡ୍ ଅଛି ଯାହା ଫଳରେ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟରଗୁଡ଼ିକ ମଧ୍ୟ ଗଣତନ୍ତ୍ର ଦିବସରେ ଅଂଶଗ୍ରହଣ କରିବେ ନାହିଁ ।

ତେବେ ତେଜସ କୁ ବାଦ୍ ଦେଲେ, ଗଣତନ୍ତ୍ର ଦିବସ ପରେଡରେ ମୋଟ ୪୦ଟି ବିମାନ ସାମିଲ ହେବେ, ଯେଉଁଥିରେ ୨୨ଟି ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ । ଏଥିରେ ପରିବହନ ବିମାନ ସହିତ ହେଲିକପ୍ଟର ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ତିନୋଟି ଡୋର୍ନିୟର ବିମାନ ମଧ୍ୟ ଗଣତନ୍ତ୍ର ଦିବସ ପରେଡର ଏକ ଅଂଶ ହେବ । ତଥାପି, ଏଥର ଗଣତନ୍ତ୍ର ଦିବସରେ ଭାରତୀୟ ବାୟୁସେନାର କୌଣସି ମେଢ ରହିବ ନାହିଁ ।

Leave A Reply

Your email address will not be published.