ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଥିବା ସନ୍ଦିଗ୍ଧ ଅଭିଯୁକ୍ତ ଅଟକ ।ଛତିଶଗଡ଼ରେ ତାକୁ ଅଟକ ରଖିଛି RPF। ସନ୍ଦିଗ୍ଧ ହେଲା ୩୧ ବର୍ଷୀୟ ଆକାଶ କୈଳାଶ କନୋଜିଆ ବୋଲି ଜଣାପଡ଼ିଛି । ଦୁର୍ଗ ରେଲୱେ ଷ୍ଟେସନରେ ଏବେ ରେଳ ସୁରକ୍ଷା ବଳ କଷ୍ଟୋଡିରେ ଅଛି ସେ । ଶନିବାର ଦିନ ପ୍ରାୟ ୨ଟା ବେଳେ ମୁମ୍ବାଇ-ହାୱଡ଼ା ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ତାକୁ ଧରିଛନ୍ତି RPF ଅଧିକାରୀ । ଜେନେରାଲ୍ ବଗିରେ ସେ ଯାଉଥିଲା । ଅଭିଯୁକ୍ତ ବାବଦରେ ସୂଚନା ପାଇବା ମାତ୍ରେ ମୁମ୍ବାଇ ପୋଲିସ, RPFକୁ ଅଭିଯୁକ୍ତର ଫଟୋ ପଠାଇଥିଲା । ଟ୍ରେନ ନାଁ ଏବଂ ନମ୍ବର ମଧ୍ୟ ପଠାଇଥିଲା ମୁମ୍ବାଇ ପୋଲିସ ।
ଅଭିଯୁକ୍ତ ଆକାଶକୁ ଧରିବା ପରେ ମୁମ୍ବାଇ ପୋଲିସ ସହ ଭିଡିଓ କଲରେ କଥା କରାଇଛି RPF । ମୁମ୍ବାଇ ପୋଲିସର ଏକ ଟିମ୍ ଦୁର୍ଗ ଅଭିମୁଖେ ଯାଉଛି । ସନ୍ଦିଗ୍ଧ ଯୁବକ, ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ କରିଛି କି ନାହିଁ… ସେ ହିଁ ପ୍ରକୃତ ଅଭିଯୁକ୍ତ କି ନୁହେଁ, ତାହା ଖୁବ ଶୀଘ୍ର ସ୍ପଷ୍ଟ କରିବ ମୁମ୍ବାଇ ପୋଲିସ । ବିନା ଟିକେଟରେ ଯାତ୍ରା କରୁଥିଲା ସନ୍ଦଗ୍ଧ । RPFକୁ ପ୍ରଥମେ ସେ ନାଗପୁର ଏବଂ ପରେ ବିଳାସପୁର ଯାଉଛି ବୋଲି କହିଥିଲା । ଗତ ବୁଧବାର ରାତିରେ ସୈଫ ଅଲ୍ଲୀ ଖାନଙ୍କ ବାସଭବନରେ ପଶି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲା ।
ମୁମ୍ବାଇ ବାନ୍ଦ୍ରାରେ ଥିବା ସୈଫଙ୍କ ସଦଗୁରୁ ଆପାର୍ଟମେଣ୍ଟରେ ପଶିଥିଲା ଦୁର୍ବୃତ୍ତ। ସୈଫଙ୍କ ପୁଅ ତାଇମୁର ଶୋଇଥିବା ରୁମରେ ପ୍ରବେଶ କରିଥିଲା । ତାଇମୁରଙ୍କ ଦାୟିତ୍ବରେ ଥିବା ନର୍ସ ଏହା ଜାଣିବା ପରେ ପାଟି କରିଥିଲେ । ପରେ ସୈଫ ଅଲ୍ଲୀ ଖାନ ଆସିଥିଲେ ଏବଂ ଦୁର୍ବୃତ୍ତ ସହ ତାଙ୍କର ହାତାହାତି ହୋଇଥିଲା । ସେହି ସମୟରେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ୬ ଥର ଆକ୍ରମଣ କରିଥିଲା । ସୈଫଙ୍କ ଶରୀରରେ ଛୁରୀର ଅଢେଇ ଇଞ୍ଚ, ଭାଙ୍ଗି ରହି ଯାଇଥିଲା । ଲୀଲାବତି ହସ୍ପିଟାରେ ଅପରେସନ କରାଯାଇ ଭଙ୍ଗା ଛୁରୀକୁ ବାହାର କରାଯାଇଛି ।
BREAKING NEWS
- ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ : ବେନ୍ ଷ୍ଟୋକ୍ସଙ୍କୁ ପଛରେ ପକାଇ ଏକ ନମ୍ବର ହେଲେ ଋଷଭ ପନ୍ତ
- ଶ୍ରୀଲଙ୍କା ସିରିଜ୍ ପାଇଁ ରବିବାର ଚୟନ ହେବ ଭାରତୀୟ ଦଳ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ଉପରେ ନଜର
- ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଛି ସାଢେ ୯କେଜି ରୁପାରେ ପ୍ରସ୍ତୁତ ୨୦ ଲକ୍ଷର ରୂପା ଡଙ୍ଗା
- ଚନ୍ଦନ କାଠର ଚୋରା ଚାଲାଣ;୨ ଗିରଫ
- ଜଙ୍ଗଲ ନିଆଁ ରୋକିବେ ୬୦ଟି ଛେଳି! ଚିଲିର ବାୟୋବିଓ ଅଞ୍ଚଳରେ ନିଆରା ଅଭିଯାନ
- ‘ସେ କିଛି ଭଲକାମ କରିନାହିଁ’ ରାମାୟଣ ଫିଲ୍ମରେ ରାବଣ ଭୂମିକାକୁ ଗୁରୁତ୍ୱ ଦିଆଯାଇଥିବା ଅଭିଯୋଗ, ଏମିତି କହିଲେ ନମିତ୍…
- ଖଦି ଫ୍ୟାଶନ ଶୋ’ରେ ପରମ୍ପରା ଓ ଆଧୁନିକତାର ଫ୍ୟୁଜନ୍, ଗଂଜାମର କନ୍ଥା ଓ ଜାପାନର ବୋରୋ ବସ୍ତ୍ରଶିଳ୍ପର ଅପୂର୍ବ ମିଳନ
- ଥାନା ସାମ୍ନାରେ ବିଷ ପିଇଲେ ବୃଦ୍ଧ, ପୁଅ ଓ ବୋହୂ ବିରୋଧରେ ନିର୍ଯାତନା ଅଭିଯୋଗ…
- ଟ୍ରକ୍ ଧକ୍କାରେ ଯୁକ୍ତ ୨ ଛାତ୍ର ମୃତ, ରାସ୍ତା ଅବରୋଧ କଲେ ଲୋକେ…
- Ramayana: ବକ୍ସ ଅଫିସରେ ‘ରାମାୟଣ’ର ରାଜୁତି, ୨୩ ଦିନରେ ୧୦୦୦ କୋଟି କ୍ଲବ୍ରେ ଏଣ୍ଟ୍ରି…ଭାଙ୍ଗିଲା ବଡ଼ ରେକର୍ଡ!
Comments are closed.