କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତର ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତ ସଞ୍ଜୟକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ସିଆଲଦ କୋର୍ଟ । ମୃତ୍ୟୁ ପର୍ଯ୍ୟନ୍ତ ଅଭିଯୁକ୍ତ ସଞ୍ଜୟ ଜେଲରେ ରହିବ ଏବଂ ୫୦ ହଜାର ଜରିମାନା ଦେବ । ଏଥିସହିତ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
କୋଲକାତା ବଳାତ୍କାର-ହତ୍ୟା ମାମଲାର ମୁଖ୍ୟ ଦୋଷୀ ସଞ୍ଜୟ ରାୟକୁ ଆଜି କୋର୍ଟ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା । ଯେଉଁଥିରେ ସଂଜୟକୁ ତାର ଅପରାଧ ପାଇଁ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାକୁ ଘୋଷଣା କରିବା ସମୟରେ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ ଜଜ୍ ଅନିର୍ବାଣ ଦାସ, ଏହାକୁ ବିରଳତମ ମାମଲା ନୁହେଁ ବୋଲି ମତ ରଖିଛନ୍ତି । ତେଣୁ, ଏହି ମାମଲାରେ, ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯିବା ଉଚିତ୍ ହେବ ନାହିଁ । ସେଥିପାଇଁ ଏହି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଘୋଷଣା କରୁଛୁ । ଆଉ ପରିବାରଙ୍କୁ ୧୭ ଲକ୍ଷ କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଉଛୁ ।
କୋର୍ଟର ରାୟ ପରେ, ପୀଡିତାଙ୍କ ପରିବାର ଲୋକେ ଟଙ୍କା ନେବା ପାଇଁ ମନା କରିଦେିଛନ୍ତି । କହିଛନ୍ତି, ଆମେ ଟଙ୍କା ଚାହୁଁନାହୁଁ, ଆମକୁ ନ୍ୟାୟ ଦରକାର ବୋଲି ଦାବି କରିଛନ୍ତି ପୀଡିତାଙ୍କ ବାପାମା ।
ଅନ୍ୟପଟେ ସଞ୍ଜୟ କିନ୍ତୁ ଦାବି କରିଆସୁଛି, ସେ ଦୋଷୀ ନୁହେଁ, ତାକୁ ଫସେଇ ଦିଆଯାଇଛି । ଏନେଇ ଦଣ୍ଡିତ ହେବା ପୂର୍ବରୁ ସଞ୍ଜୟ କହିଛି, ମୁଁ ପୂର୍ବରୁ କହିଆସିଛି, ମୁଁ ମୋ ବେକରେ ରୁଦ୍ରାକ୍ଷ ପିନ୍ଧିଛି । ଯଦି କିଛି ଭୁଲ୍ କରିଥାନ୍ତି, ତାହେଲେ ରୁଦ୍ରାକ୍ଷ ଭାଙ୍ଗି ଯାଇଥାନ୍ତା, ହେଲେ ସେପରି ହୋଇନାହିଁ । ଏଥିରେ ତାକୁ ଫସାଇ ଦିଆଯାଇଚି ।
ତେବେ ଗତ ବର୍ଷ ଅଗଷ୍ଟ ୮-୯ ରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ସଞ୍ଜୟକୁ ଗିରଫ କରିଥିଲା ପୋଲିସ। ଫୋରେନସିକ୍ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଞ୍ଜୟର ଫିଙ୍ଗର ପ୍ରିଣ୍ଟ ସହ ଆରଜି କର ବଳାତ୍କାର ଏବଂ ହତ୍ୟା ପୀଡିତାଙ୍କ ଆଙ୍ଗୁଠି ତଳେ ମିଳିଥିବା ମଇଳା ମେଳ ଖାଉଛି। ଏଥିସହିତ ଦୋଷୀ ସାବ୍ୟସ୍ତ କରିବାକୁ ସିସିଟିଭି ଫୁଟେଜ୍ ଏବଂ ବ୍ଲୁଟୁଥ୍ ହେଡଫୋନ୍ ସହିତ ସେଠିକ ପରିସ୍ଥିତିର ପ୍ରମାଣ ମଧ୍ୟ ଦାଖଲ କରାଯାଇଥିଲା, ଯାହା ସ୍ପଷ୍ଟ ଭାବେ ସଂଜୟଙ୍କୁ ହିଁ ଦୋଷୀ ଭାବେ ସାବ୍ୟସ୍ତ କରୁଥିଲା । ଯାହାକୁ ଆଦାର କରି ଗତ ୧୨ ତାରଖରେ ସଞ୍ଜୟକୁ ଦୋଷୀ ବୋଲି ଘୋଷଣା କରିଥିଲେ କୋର୍ଟ ।
Comments are closed.