Latest Odisha News

BREAKING NEWS

ଇରାନର ରୋବୋଟ୍ ସୈନ୍ଯ ପରୀକ୍ଷଣ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଇରାନର ଆକ୍ରାମକ ବ୍ଯବହାର ହ୍ରାସ ପାଇବାରେ ଲାଗିଛି। ଲେବନାନ୍ ଯୁଦ୍ଧରେ ଇସ୍ରାଏଲ ହିଜବୁଲ୍ଲାହର ନେତୃତ୍ୱକୁ ସମାପ୍ତ କରି ଇରାନକୁ ଏକ ଶକ୍ତ ଆଘାତ ଦେଇଥିଲା।

ସୂଚନା ଅନୁଯାୟୀ, ଇରାନ ବର୍ତ୍ତମାନ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାରେ ଲାଗିଛି। ଯାହାଦ୍ୱାରା ଦେଶର ସାମରିକ ଶକ୍ତି ବୃଦ୍ଧି ହୋଇପାରିବ। ଏହା ବ୍ୟତୀତ ଇରାନ କମ୍ବାଟ୍ ରୋବୋଟ୍ ଏବଂ ଏହାର ସାଟେଲାଇଟ୍ ପ୍ରୋଗାମକୁ ମଧ୍ୟ ବଢାଇବାରେ ଲାଗିଛି।

ଟ୍ରମ୍ପ ଶପଥ ଗ୍ରହଣ କରିବାର କିଛି ଦିନ ପୂର୍ବରୁ ଇରାନର ସାମରିକ ବାହିନୀ ଚାରି ଦିନିଆ ଏକ ଅଭ୍ୟାସ କରିଥିଲା। ଯଦି ଇରାନ ଉପରେ କେହି ଆକ୍ରମଣ କରନ୍ତି ତେବେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଛି ଦେଶ। ଅପରପକ୍ଷରେ ଇରାନର ବର୍ତ୍ତମାନ ଯେଉଁ ପଦକ୍ଷେପଗୁଡ଼ିକ ନେଉଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଇରାନ ନିଜର ସେନାକୁ ଅଧିକ ଆଧୁନିକ ଏବଂ ଶକ୍ତିଶାଳୀ କରିବା ପାଇଁ ଚେଷ୍ଟା ଚଳାଇଛି।

ଇରାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆର୍ମି ଗ୍ରାଉଣ୍ଡ ଫୋର୍ସର ଡେପୁଟି କମାଣ୍ଡର ବ୍ରିଗେଡିୟର ଜେନେରାଲ ନୋଜାର ନେମାତି ସୂଚନା ଦେଇଛନ୍ତି ଯେ ଇରାନ ସେନା ବର୍ତ୍ତମାନ ଯୁଦ୍ଧ ରୋବୋଟ୍ ପରୀକ୍ଷଣ କରିବା ସହିତ ବିଭିନ୍ନ ନୂଆ ମଡେଲ ବିକଶିତ କରିବାରେ ଲାଗିଛି।

 

Comments are closed.