Latest Odisha News

BREAKING NEWS

ମୃତ ସାଗର: ଏଠି ମଣିଷ ଚାହିଁଲେ ବି ବୁଡିପାରିବେନି

ନୂଆଦିଲ୍ଲୀ:ଆମ ପୃଥିବୀରେ ଅନେକ ସ୍ଥାନ ରହିଛି ଯାହା ସମସ୍ତଙ୍କୁ ଚକିତ କରିଥାଏ । ସେହିପରି ଏକ ସାଗର ଇସ୍ରାଏଲ- ଜୋର୍ଡାନ ସୀମାରେ ଅବସ୍ଥିତ, ଯେଉଁଠି କୌଣସି ଜୀବ ଏହି ସାଗରରେ କେବେ ବି ବୁଡି ପାରିବେ ନାହିଁ । ସମଗ୍ର ବିଶ୍ବରେ ଏହା ମୃତ ସାଗର ନାଁରେ  ପରିଚିତ । ଏହି ସାଗର ସମୁଦ୍ର ପତ୍ତନରୁ ୧୩୮୮ଫୁଟ ତଳେ ରହିଛି । ଏହି ସାଗରରେ ୩୫ ପ୍ରତିଶତ ମିନେରାଲ ଏବଂ ବାକି ଲୁଣର ମାତ୍ରା ଅଧିକ ରହିଛି । ଏହି ସାଗରର ପାଣି ସବୁଠୁ ଅଧିକ ଲୁଣିଆ। ଏତେ ଲୁଣିଆ ଯେ, ଏହି ସାଗର ଭିତରେ କୌଣସି ପ୍ରକାରର ମାଛ, ଜଳଚର ଜୀବ କି ଗଛ ବଞ୍ଚିପାରେ ନାହିଁ ।

 

ତେବେ ଏହି ସାଗର ପାଣିରେ କେହି ବୁଡନ୍ତି ନାହିଁ ତେଣୁ ଭାସିବାର ମଜା ଉଠାଇବାକୁ ଦେଶ ବିଦେଶରୁ ଲୋକେ ସବୁବେଳେ ଏଠାକୁ ଆସିଥାନ୍ତି । ଯେହେତୁ ଏହି ସାଗରର ପାଣି ଓଜନିଆ ତେଣୁ ଏଥିରେ କେହି ମଣିଷ ବୁଡ଼ନ୍ତି ନାହିଁ, ତେଣୁ ପର୍ଯ୍ୟଟକ ପାଣି ଉପରେ ଭସିବାର ମଜା ନିଅନ୍ତି। ତେବେ ଏହି ମୃତ ସାଗରର ମାଟିରେ ମାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ସୋଡ଼ିୟମ, ସଲ୍ଫର୍ ଏବଂ ଅନ୍ୟ ପଦାର୍ଥ ମିଶିଥିବାରୁ ଏହାର ମାଟି ଏବଂ ପାଣିରେ ରୋଗ ପ୍ରତିଶୋଧକ ଶକ୍ତି ବଢିଯାଏ। ଯାହା ମଣିଷଙ୍କ ଚର୍ମ ପାଇଁ ବହୁ ଲାଭଦାୟକ ହୋଇଥାଏ। ତେଣୁ ଏହି ମାଟିକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି ଅନେକ କମ୍ପାନୀ ।

 

ମୃତ ସାଗର ପାଣିରେ ବହୁତ୍ ଲୁଣ ଥିବାରୁ ଏହାର ଘନତ୍ଵ ଅର୍ଥାତ୍ ଏହାର ଓଜନ ଅଧିକ ଥାଏ । ଯାହା ଫଳରେ ଲୋକେ ପାଣିରେ ନବୁଡି ଭାସିଥାନ୍ତି । ପର୍ଯ୍ୟଟକମାନେ ଘଣ୍ଟା ଘଣ୍ଟା ପାଣି ଉପରେ ଶୋଇ ରୁହନ୍ତି। ଏହି ସାଗରରେ କେହି ବୁଡୁ ନଥିବାରୁ ଯାହା ଅନ୍ୟ ସାଗର ଠାରୁ  ଏହା ଭିନ୍ନ ।

Comments are closed.