Latest Odisha News

BREAKING NEWS

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ଦନ୍ତେୱାଡା: ପୁଣି ନିଜର ବର୍ବରତା ଦେଖାଇଲେ ମାଓବାଦୀ। ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ମାଓବାଦୀ ବର୍ବର କାଣ୍ଡ ଘଟାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ କାକଡୀ ଗାଁର ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ। ମୃତ ଯୁବକ ହେଲେ ହେମଲା ହଡମା। ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି।

ସୂଚନା ଅନୁସାରେ ଗତକିଛି ଦିନ ତଳେ ପୁଣି ଛତିଶଗଡ ବିଜାପୁର ବୁଡଗିଚେରୁ ଗାଁରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା।

ଅନ୍ୟପଟେ ଏହି ଦୁଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଉଥିବାରୁ ମାଓ ସଂଗଠନର ବହୁ କ୍ଷତି ହୋଇଥିବା ମାଓବାଦୀ ମାନେ କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ମାଓବାଦୀ ସୂଚନା ଦେଇଥିଲେ।

Comments are closed.