Latest Odisha News

BREAKING NEWS

ପ୍ରପୋଜ୍‌ ଡେ’: ଦିଲ୍ଲୀବାସୀ କାହାକୁ କରିବେ ପ୍ରପୋଜ୍?

ନୂଆଦିଲ୍ଲୀ: ଫେବୃଆରୀ ୮, ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳକୁ ଅପେକ୍ଷା। ଏବେ ଭାଲେଣ୍ଟାଇନ୍‌ ୱିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଏହି ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। ଆଜିର ଦିନ ସହ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କର ବିଶେଷ ସମ୍ପର୍କର ପରୀକ୍ଷା ମଧ୍ୟ। ଆଜିର ଦିନରେ ଦିଲ୍ଲୀବାସୀ କାହାକୁ କରିବେ ପ୍ରପୋଜ? କାହା ଭାଗ୍ୟରେ ଦିଲ୍ଲୀ ଗଡ? କିଏ କରିବ ଦିଲ୍ଲୀ ଦଖଲ ? ଅରବିନ୍ଦ କେଜ୍ରିୱାଲଙ୍କ ଆପର ଦବଦବା ରହିବ ନା ୨୭ ବର୍ଷ ପରେ ପୁଣି ଫେରିବ ବିଜେପି ? କମବ୍ୟାକ କରିବ କି କଂଗ୍ରେସ ? ଦଳ ପାଇଁ ରହିଛି ଅନେକ ଚ୍ୟାଲେଞ୍ଜ। ସବୁର ହୋଇଯିବ ଫଇସଲା। ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିବ।

କାହା ମୁଣ୍ଡରେ ଦିଲ୍ଲୀବାସୀ ସୁନା କଳସ ଢାଳିଛନ୍ତି ତାରା ଫଇସଲା ହୋଇଯିବ । ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ। ୭୦ ଆସନରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏ ନେଇ ସୁରକ୍ଷାବ୍ୟବସ୍ଥା କଡାକଡି ହୋଇଛି । ତେବେ ପ୍ରତିଥର ଭାଲେଣ୍ଟାଇନ୍ସ ୱିକ୍ କେଜ୍ରିୱାଲଙ୍କ ପାଇଁ ଭାଗ୍ୟଶାଳୀ ହୋଇଛି। କହିବାକୁ କଲେ ଦିଲ୍ଲୀବାସୀଙ୍କ ଦିଲ୍ ଜିତି ଆସିଛି ଆପ୍। ତେଣୁ ଭାଲେଣ୍ଟାଇନ୍ସ ୱିକ୍‌ ଏବଂ ଆପ୍‌ର ସମ୍ପର୍କ କିଛି ନିଆରା ବୋଲି କୁହାଯାଏ। ହେଲେ ଏଥର ଭାଲେଣ୍ଟାଇନ୍ସ ୱିକ୍ କେଜ୍ରିୱାଲଙ୍କ ପାଇଁ ଭଲ ହେବ ନା ଖରାପ? କିଏ ମାରିବ ବାଜି ତାହା ଉପରେ ସମସ୍ତଙ୍କର ନଜର।

ଭାଲେଣ୍ଟାଇନ୍ସ ସପ୍ତାହର ଇତିହାସ

  • ଆପ୍ ନେତାଙ୍କ ପାଇଁ ଭାଲେଣ୍ଟାଇନ୍ସ ସପ୍ତାହ ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଆସିଛି।
  • ଅରବିନ୍ଦ କେଜ୍ରିୱାଲ ଡିସେମ୍ବର ୨୦୧୩ ରୁ ଫେବୃଆରୀ ୧୪, ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ, ଯେତେବେଳେ ସେ ୪୯ ଦିନ ପରେ ଇସ୍ତଫା ଦେଇଥିଲେ।
  • ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆପର ୭୦ ଆସନରୁ ୬୭ ଆସନ ଜିତିବା ପରେ ସେ ଭାଲେଣ୍ଟାଇନ୍ସ ଦିବସରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଚୟନ କରିଥିଲେ।
  • ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆପର ବିଜୟ ଭାଲେଣ୍ଟାଇନ୍ସ ୱାକ୍‌ରେ ହୋଇଥିଲା, କିନ୍ତୁ ସେହି ବର୍ଷ ଫେବୃଆରୀ ୧୬ ତାରିଖରେ କେଜରିୱାଲ ଶପଥ ନେଇଥିଲେ।

କେଜ୍ରିୱାଲଙ୍କ ରାଜନୀତିରେ ପ୍ରବେଶ

୨୦୧୧ ମସିହାରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ କେଜରିୱାଲ ରାଜନୈତିକ ମଞ୍ଚରେ ପ୍ରବେଶ କରିଥିଲେ। ସେହି ସମୟରେ ସେ ଆନ୍ନା ହଜାରେଙ୍କ ନେତୃତ୍ୱରେ ଜନଲୋକପାଳ ବିଲ୍ ପାଇଁ ଅଭିଯାନର ଜଣେ ପ୍ରମୁଖ ସଦସ୍ୟ ଥିଲେ। ଏହା ପରେ, ସେ ନିକଟତମ ସହଯୋଗୀମାନଙ୍କ ସହ ମିଶି ଆମ ଆଦମୀ ପାର୍ଟି ଆରମ୍ଭ କରିଥିଲେ।

୨୦୨୫ ପୋଲ: କେଜ୍ରିୱାଲଙ୍କ ଭଗ୍ୟ ପରୀକ୍ଷା

ଦିଲ୍ଲୀରେ ବିଧାନସଭା ନିର୍ବାଚନ ଫଳାଫଳ ଆଉ କିଛି ସମୟ ମଧ୍ୟରେ ପ୍ରକାଶ ପାଇବ। ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଏହା ଆପର ସବୁଠାରୁ ପ୍ରମୁଖ ନିର୍ବାଚନୀ ପରୀକ୍ଷା। ସମ୍ପ୍ରତି ପ୍ରକାଶିତ ଏକଜିଟ୍ ପୋଲ ଅନୁଯାୟୀ, ବିଜେପି ଏକ ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଛୁ। ବିଜେପି ବିଜୟୀ ହେବ ବୋଲି ଆକଳନ କରାଯାଉଛି। ଭାଲେଣ୍ଟାଇନ୍ସ ୱିକ ସର୍ବଦା କେଜ୍ରିୱାଲଙ୍କୁ ଜାତାଇଛି। କିନ୍ତୁ ଚଳିତ ଥର ତାଙ୍କର ଭାଗ୍ୟଶାଳୀ ସପ୍ତାହ କି ନାହିଁ ତାହା ଦେଖିବାକୁ ଅପେକ୍ଷା।

Comments are closed.