ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ପଟିଆସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉତ୍ତେଜନା। ଛାତ୍ରୀ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘରୋଇ ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିବା ପରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।
ତେବେ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଛାତ୍ରୀଙ୍କ ଆତ୍ମହତ୍ୟା ଖବର ବ୍ୟାପିବା ପରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛି। । ମୃତକ ଛାତ୍ରୀ ପଟିଆସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟରେ ବି.ଟେକ ପଢୁଥିବାବେଳେ ତାଙ୍କ ଘର ନେପାଳରେ ବୋଲି ଜଣାପଡ଼ିଛି।
ଭୁବନେଶ୍ଵରରେ ରହୁଥିବା ଛାତ୍ରୀଙ୍କ ଭାଇଙ୍କୁ ଡକାଯାଇଛି। ଛାତ୍ରୀଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ଏବଂ ସେମାନେ ଆସିବା ପରେ ବ୍ୟବଛେଦ କରାଯିବ। ମୃତଦେହ ବ୍ୟବଛେଦ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଅପରପକ୍ଷରେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ତଥା ଜଣେ ଯୁବକକୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି।
Comments are closed.