ଅନୁଗୁଳ: ପୁଣି ଅଶାନ୍ତ ହେଲେ ଅନୁଗୁଳ। ଗୁଳିମାଡ଼ରେ ଲୋକେ ଭୟଭୀତ। ବନ୍ତଳା ଥାନା କହ୍ନେଇ ନଗରଠାରେ ଗୁଳିମାଡରେ ଶଳା ଭିଣୋଇ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଦୁଇ ଗୁରୁତର ହେଲେ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗର ଅଞ୍ଚଳର ଶିବରାମ ନାଏକ (୨୮) ଏବଂ ବିଷ୍ଣୁ ଚରଣ ନାଏକ ୪୦।
ସୂଚନା ଅନୁସାରେ, ସୋମବାର ରାତିରେ ଅନୁଗୁଳ ସହରରୁ ଏକ ଅଟୋ ଯୋଗେ ବିଷ୍ଣୁ ଚରଣ ନାଏକ ଏବଂ ଶିବରାମ ନାଏକ ଘରକୁ ଫେରୁଥିଲେ। ଏହି ସମୟରେ କହ୍ନେଇ ନଗର ବନଦୂର୍ଗା ନିକଟରେ ଦୁଇ ବାଇକରେ ପାଞ୍ଚ ଜଣ ଦୁର୍ବୃତ୍ତ ଆସି ଅଟୋକୁ ଅଟକାଇ ଉଭୟଙ୍କ ଉପରେ ଗୁଳିମାଡ କରିଥିଲେ। ଫଳରେ ଶିବରାମ ନାଏକ ଏବଂ ବିଷ୍ଣୁ ଚରଣ ନାଏକ ଗୁରୁତର ହୋଇଯାଇଥିଲେ।
ବିଷ୍ଣୁଙ୍କର ଦୁଇ ଜଂଘରେ ତିନୋଟି ଏବଂ ପେଟରେ ଗୋଟେ ଗୁଳିମାଡ ହୋଇଥିବା ବେଳେ ଶିବରାମଙ୍କର ପେଟରେ ଗୋଟେ ଗୁଳି ବାଜିଛି। ବିଷ୍ଣୁଙ୍କର କହିବା କଥା ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ପଟେ ଖବର ପାଇ ବନ୍ତଳା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.