ଭୁବନେଶ୍ବର:ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର ନିର୍ମାଣ କଲେ, ଏହା ଘର ପାଇଁ ଏକ ଖୁସିର ଦ୍ବାର ପାଲଟି ଯିବ । ଏଥିପାଇଁ ବାସ୍ତୁ ନିୟମ ଅନୁସାରେ ପ୍ରବେଶ ଦ୍ବାର କରିବା ଆବଶ୍ୟକ ।
-ମୁଖ୍ୟ ପ୍ରବେଶ ଦ୍ୱାର ସର୍ବଦା ସଫାସୁତୁରା ରଖିବା ଜରୁରୀ। ଏଥିସହ ପ୍ରବେଶ ଦ୍ୱାର ଖୋଲିବା କିମ୍ବା ବନ୍ଦ କରିବା ସମୟରେ କେଁ କେଁ କିଛି କର୍କଶ ଶବ୍ଦ ବାହାରିବା ମଧ୍ୟ ବାସ୍ତୁ ଅନୁସାରେ ଭଲ ନୁହେଁ ।
– ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲାଗିଥିବା କବାଟ ଘରର ଅନ୍ୟ କବାଟ ତୁଳନାରେ ଟିକେ ବଡ଼ ହେବା ଉଚିତ୍ । ଏହି ଦ୍ବାର ଦେଇ ଘର ମଧ୍ୟକୁ ସୂର୍ଯ୍ୟ ଆଲୋକ ଆସୁଥିବା ଆବଶ୍ୟକ ।
-ଘରର ମୁଖ୍ୟ ପ୍ରବେଶ ଦ୍ୱାର ଉପରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇଲେ ଘର ପାଇଁ ଅତ୍ୟନ୍ତ ଶୁଭ ଅଟେ ।
-ମୁଖ୍ୟ ପ୍ରବେଶ ଦ୍ୱାରରେ ସ୍ବସ୍ତିକ କିମ୍ବା ଓମ୍, କଳସ ଭଳି ଯେ କୌଣସି ମାଙ୍ଗଳିକ ଚିହ୍ନ କରିବା ଦ୍ବାରା ଘର ପାଇଁ ଶୁଭ ହୋଇଥାଏ ।
-ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଅଣ୍ଡରଗ୍ରାଉଣ୍ଡ ଟାଙ୍କି ରଖନ୍ତୁ ନାହିଁ । ବାସ୍ତୁ ଅନୁସାରେ ଏହା ଶୁଭଙ୍କର ହୋଇ ନଥାଏ।
-ସେହିପରି ମୁଖ୍ୟ ପ୍ରବେଶ ଦ୍ୱାରର ଠିକ୍ ସମ୍ମୁଖରେ ଘରର ଅନ୍ୟ କୌଣସି କବାଟ ରଖନ୍ତୁ ନାହିଁ ।
Comments are closed.