Latest Odisha News

କିଚେନକୁ ‘ବାଥରୁମ’ କହି ଟ୍ରୋଲ ହେଲେ କରନ ଜୋହର

ନୂଆଦିଲ୍ଲୀ: କିଚେନକୁ ‘ବାଥରୁମ’ କହି ଟ୍ରୋଲ ହେଲେ କରନ ଜୋହର। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, କରଣ ଜୋହର କୋରିଓଗ୍ରାଫର ଫରହା ଖାନଙ୍କୁ ନିଜର ଘରର ଟୁର କରାଇ ରୋଷେଇ ଘରକୁ ନେବା ସମୟରେ  ରୋଷେଇ ଘର ଏବଂ ବାଥରୁମ ମଧ୍ୟରେ ଦ୍ୱନ୍ଦ୍ୱରେ ପଡିଯାଇଥିଲେ। ଫଳରେ ସେ କିଚେନକୁ ଘୁଷଲଖାନା କହିଥିଲେ। ତେବେ ଫରହା ଏଥିରେ ହସି ମଜାଳିଆ ଭାବରେ ତାଙ୍କ ଦ୍ୱନ୍ଦ ଦୁର କରିଥିଲେ।

ତେବେ କରଣ ଜୋହର ବର୍ତ୍ତମାନ ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ନାଦାନିଆଁ’ କୁ ନେଇ ବ୍ୟସ୍ତ। ଏହି ଫିଲ୍ମ ଜରିଆରେ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଡେବ୍ୟୁ କରୁଛନ୍ତି। ଏଥିରେ ତାଙ୍କ ସହିତ ବୋନି କପୁରଙ୍କ ଝିଅ ଖୁସି କପୁର ମଧ୍ୟ ନଜର ଆସିବେ।

 

Comments are closed.