Latest Odisha News

BREAKING NEWS

ଏହି ଫୁଲ ଆଣେ ଘରେ ସମୃଦ୍ଧି…

ଭୁବନେଶ୍ବର:ଫୁଲ ଦେଖିଲେ ମନ ପ୍ରଫୁଲ୍ଲିତ ହୋଇଥାଏ । ବାସ୍ତୁଦୋଷ ଦୂର କରି ଘରକୁ ସୁଖସମୃଦ୍ଧି ଆଣିବାରେ ବି ଏହା ଅନେକ ସାହାଯ୍ୟ କରିଥାଏ। ତେବେ କେଉଁ ଫୁଲ କି ଶୁଭଫଳ ଦେଇଥାଏ , ଆସନ୍ତୁ ଜାଣିବା..

– ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗେଣ୍ଡୁ ଗଛ ଲଗାଇବା ଦ୍ୱାରା ସୁଖସମୃଦ୍ଧି ବଢିଥାଏ । ଟଗର ଗଛ ବି ଘରେ ସୁଖଶାନ୍ତି ବୃଦ୍ଧି କରିଥାଏ। ଯେଉଁମାନଙ୍କର ଅଗଣାରେ ଏହି ଗଛ ରହିଥାଏ, ପ୍ରଭୁଙ୍କର ବାସ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

-ଗୋଲାପ ଫୁଲକୁ ବି ଭାଗ୍ୟଶାଳୀ ଫୁଲ କୁହାଯାଏ । କାରଣ ଏହାକୁ ଘରେ ଲଗାଇଲେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ ।

-ଗଙ୍ଗଶିଉଳି ଫୁଲ ଗଛ ଘରେ ସମୃଦ୍ଧି ଆଣିଥାଏ । ଏହି ଫୁଲଗଛକୁ ଅଗଣାରେ ଲଗାଇଲେ ଅତ୍ୟନ୍ତ ଶୁଭ । ସେହିପରି ଚମ୍ପା ଫୁଲ ସୌଭାଗ୍ୟର ପ୍ରତୀକ କୁହାଯାଏ । ଏହି ଗଛକୁ ବି ଘର ଅଗଣାରେ ଲଗାଇବା ଶୁଭ ।

-ବାସ୍ତୁଶାସ୍ତ୍ର ଅନୁସାରେ, ଘର ଅଗଣାରେ ମନ୍ଦାର ଗଛ ରହିଲେ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ । ସେହିପରି ପଦ୍ମ ଫୁଲର ସମ୍ବନ୍ଧ ମାତା ଲକ୍ଷ୍ମୀ ଓ ବୁଦ୍ଧ ଦେବଙ୍କ ସହ ରହୁଛି । ତେଣୁ ଏହାକୁ ଆଧ୍ୟାତ୍ମିକତାର ପ୍ରତୀକ ବୋଲି କୁହାଯାଏ। ଘର ଅଗଣାରେ , ବାଡିପଟରେ ପାଣିକୁଣ୍ଡ କରି ସେଥିରେ ଏହି ଫୁଲ ଲଗାଇଲେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

 

Comments are closed.