Latest Odisha News

BREAKING NEWS

କୁକୁଡା ନାଁରେ ମାମଲା !

କେରଳ: ଜଣେ ଗଭୀର ନିଦରେ ଶୋଇଥିବ, କିନ୍ତୁ ଭୋର ତିନିଟାରେ କୁକୁଡ଼ା ରାବରେ ଯଦି ନିଦଟା ଭାଙ୍ଗିଯିବ, ଏହାପରେ ଆଉ ସେ ବ୍ୟକ୍ତିକୁ ନିଦ ହେବ କି ? କେରଳର ପଥାନାମଥିଟ୍ଟା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ପ୍ରତିଦିନ ଘଟୁଥିଲା। ପ୍ରତିଦିନ ସକାଳେ କୁକୁଡ଼ା ରାବ ଦ୍ୱାରା ତାଙ୍କର ନିଦ ଭାଙ୍ଗି ଯାଉଥିଲା । ଏଭଳି ପରିସ୍ଥିତିରେ ବ୍ୟକ୍ତି ଜଣକ ବିରକ୍ତ ହୋଇ କୁକୁଡ଼ା  ବିରୋଧରେ ଅଭିଯୋଗ କରିଥିଲେ।

ଖବର ମୁତାବକ, କେରଳର ପଲ୍ଲିକ୍ଲଲ ନାମକ ଏକ ଗାଁରେ ଗୋଟିଏ କୁକୁଡା ବିରୋଧରେ ସ୍ଥାନୀୟ ବାସିନ୍ଦା ରାଜସ୍ବ ଅଧିକାରୀଙ୍କ ନିକଟରେ ଏକ ମାମଲା ରୁଜୁ କରିଛନ୍ତି । ଯାହା ଏବେ ଚର୍ଚ୍ଚାରେ । ଗାଁର ଜଣେ ବୟସ୍କ ବ୍ୟକ୍ତି ରାଧାକୃଷ୍ଣଙ୍କ ଅଭିଯୋଗ ଅନୁସାରେ ତାଙ୍କ ପଡୋଶୀ ଅନୀଲ କୁମାରଙ୍କ କୁକୁଡା ଯୋଗୁଁ ସେ ଶାନ୍ତିରେ ଶୋଇ ପାରୁ ନାହାଁନ୍ତି । ପ୍ରତିଦିନ ଭୋର ୩ଟାବେଳେ କୁକୁ଼ଡାଟି ଜୋରରେ ଡାକ ଦେଉଛି । ବାରମ୍ବାର ଡାକ ଦେବାରୁ ତାଙ୍କର ନିଦ ଭାଙ୍ଗି ଯାଉଛି । ସେ ଏକାଧିକ ରୋଗରେ ପୀଡିତ, ସଠିକ୍ ଭାବରେ ଶୋଇ ନପାରୁଥିବାରୁ ତାଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ଅଧିକ ଖରାପ ହେଉଛି । ଏହି ଅଭିଯୋଗ ରାଜସ୍ବ ବିଭାଗ ଅଧିକାରଙ୍କ ନିକଟରେ ପହଞ୍ଚିଥିଲା । ଏହାପରେ ସେ ଗୁରୁତ୍ବର ସହ ନେଇଥିଲେ । ଏହାପରେ ଅଧିକାରୀମାନେ ରାତିରେ ରାଧାକୃଷ୍ଣଙ୍କ ଘରକୁ ଯାଇ ବାସ୍ଥବ ସ୍ଥିତି ପରଖିଥିଲେ ଓ ଜାଣିଥିଲେ କୁକୁଡ଼ାଟି ଘରର ଉପର ମହଲାରେ ରଖାଯାଇଥିଲା, ଯେଉଁଥିପାଇଁ କୁକୁଡାର ଡାକ ବହୁ ଦୂର ଯାଏଁ ଶୁଣିବାକୁ ମିଳିଥିଲା ​​। ଅଭିଯୋଗର ସତ୍ୟତା ଥିବା ଜଣାପଡିବା ପରେ ରାଜସ୍ବ ବିଭାଗ ଅଧିକାରୀ ତୁରନ୍ତ କୁକୁଡାକୁ ସ୍ଥାନାନ୍ତର ପାଇଁ ଅନୀଲ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପନ୍ଦର ଦିନ ମଧ୍ୟରେ କୁକୁଡାକୁ ତଳକୁ ସ୍ଥାନନ୍ତର କରିବାକୁ କୁହାଯାଇଥିବା ଜଣାପଡିଛି ।

Comments are closed.