Latest Odisha News

BREAKING NEWS

ଭୁବନେଶ୍ୱରର ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ବଦଳି ହେଲେ କ୍ରୀଡା ଶିକ୍ଷୟିତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଗତ ୨ ଦିନ ତଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ସମ୍ପୃକ୍ତ କ୍ରୀଡା ଶିକ୍ଷୟିତ୍ରୀଙ୍କୁ ଯାଜପୁର ଜିଲ୍ଲା ବ୍ୟାସନଗରର କେନ୍ଦ୍ରୀୟ ବିଦ୍ୟାଳୟକଙ୍କୁ ବଦଳି କରାଯାଇଛି ।

କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିଶନର ତାଙ୍କୁ ବଦଳି କରିଥିବା ନେଇ ସୂଚନା ମିଳିଛି । ବିଦ୍ୟାଳୟର ପ୍ରିନ୍ସିପାଲଙ୍କ ନିକଟକୁ ଏକ ପତ୍ର ଲେଖି ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ବଦଳି କରିବା ପାଇଁ ଡେପୁଟି କମିଶନର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ଉତ୍ତେଜିତ ସମସ୍ତ ଅଭିଭାବକ ମାନେ ଶନିବାର ଦିନ ଡେପୁଟି କମିଶନରଙ୍କୁ ଭେଟି ଶିକ୍ଷୟିତ୍ରୀଙ୍କୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ଦିନ ସ୍କୁଲର ଜଣେ ଛାତ୍ରୀ ପଡିଆରେ ଶାରୀରିକ କସରତ କରୁଥିଲେ । କୌଣସିକାରଣ ବଶତଃ ସ୍କୁଲର ପିଇଟି ଶିକ୍ଷୟିତ୍ରୀ ତାଙ୍କୁ ଅପମାନ ସୂଚକ କଥା କହିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।

ପରବର୍ତ୍ତୀ ମସୟରେ ଅପମାନ ସହି ନପାରି ଛାତ୍ରୀ ଜଣକ ସ୍କୁଲର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀଙ୍କର ମୁଣ୍ଡ, ଗୋଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣା ପରେ ପିଇଟି ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟରୁ ଚାଲି ଯାଇଥିଲେ ।

Leave A Reply

Your email address will not be published.