ଦୁବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଅବସରରେ କୋହଲି ଭାରତ ପକ୍ଷରୁ ସର୍ବାଧିକ କ୍ୟାଚ ହାସଲକାରୀ ଖେଳାଳି ସାଜିଛନ୍ତି । ସେ ଭାରତର ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇ ଦେଇଛନ୍ତି । ଆଝାରୁଦ୍ଦିନ ଦିିନିକିଆ କ୍ରିକେଟରେ ୧୫୬ କ୍ୟାଚ ନେଇ ଆଗରେ ରହିଥିଲେ । କୋହଲି ୧୫୭ କ୍ୟାଚ ନେଇ ଏବେ ଭାରତୀୟଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସଚିନ ୧୪୦ କ୍ୟାଚ ନେଇ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ।
ସେହିପରି ରାହୁଲ ଡ୍ରାଭିଡ(୧୨୪) ଓ ସୁରେଶ ରାଇନା (୧୦୨) ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି । ତେବେ ଓଭରାଲ ମାହେଲା ଜୟବର୍ଦ୍ଧନେ ଓ ରିକି ପଂଟିଂ ୧୬୦ କ୍ୟାଚ ନେଇ ମଳିତ ଭାବେ ପ୍ରଥମ ସ୍ଥାନରେ ରହିଛନ୍ତି । ଏମାନଙ୍କୁ ଅତିକ୍ରମ କରିବା ପାଇଁ କୋହଲି ଆଉ ୪ଟି କ୍ୟାଚ ଆବଶ୍ୟକ କରୁଛନ୍ତି । ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୪୨ ରନର ଲକ୍ଷ୍ୟ ରଖିଛି ।
Comments are closed.