Latest Odisha News

ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ହରାଇଲେ ପାକ୍ ଖେଳାଳିଙ୍କୁ ମିଳିବ ୧ କୋଟି

ଦୁବାଇ: ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ଆୟୋଜକ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ମ୍ୟାଚ୍ ଚାଲିଛି। ଏହାରି ମଧ୍ଯରେ ସିନ୍ଧ ପ୍ରଦେଶର ରାଜ୍ୟପାଳ ମହମ୍ମଦ କାମରାନ ଖାନ ଟେସୋରି ପାକିସ୍ତାନୀ କ୍ରିକେଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ମୁଁ ଲଣ୍ଡନରେ ଥିଲେ ମଧ୍ଯ ଭାରତ ପାକିସ୍ତାନ  ମୁକାବିଲା ସମୟରେ ପାକିସ୍ତାନ ସପକ୍ଷରେ ଅଛି ଓ ସେମାନଙ୍କ ପାଇଁ ପ୍ରାର୍ଥନା କରିବି। ଯଦି ଏହି ମ୍ୟାଚରେ ପାକିସ୍ତାନ ଟିମ ଭାରତକୁ ପରାଜିତ କରିଦେବେ ତାହେଲେ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ସାରା ଦେଶବାସୀଙ୍କ ପ୍ରାର୍ଥନା ପାକିସ୍ତାନୀ ଦଳ ସହ ଅଛି ଏବଂ ପାକିସ୍ତାନ ନିଶ୍ଚୟ ଭାବରେ ଜିତିବ।

ତେବେ ଏହା ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଥିଲେ ଯେ ଆମର ଟିମ୍ ବର୍ତ୍ତମାନ ବହୁତ ଭଲ ପ୍ରଦର୍ଶନ କରୁଛି। କିନ୍ତୁ କେବଳ ଚାମ୍ପିଅନ୍ସ ଟ୍ରଫି ଜିତିବା ନୁହେଁ ବରଂ ଦୁବାଇରେ ଭାରତକୁ ପରାସ୍ତ କରିବା ମଧ୍ଯ ଆମର ପ୍ରକୃତ ଲକ୍ଷ୍ଯ।

Comments are closed.