ଭୁବନେଶ୍ବର: ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଅଣ୍ଡିରା ବବୁନ୍ ମାଙ୍କଡ଼ ‘ଜଗା’ର ମୃତ୍ୟୁ ଘଟିଛି । ଏକ ମାସ ହେଲା ବାଦ୍ଧର୍କ୍ୟରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲା ଅଣ୍ଡିରା ବବୁନ୍ ମାଙ୍କଡ଼ । ଫଳରେ ନନ୍ଦନକାନନରେ ବବୁନ୍ ସଂଖ୍ୟା ହ୍ରାସ ପାଇଛି। ଏବେ ଏକ ମାତ୍ର ମାଈ ବବୁନଟି ଅଛି।
ଖବର ଅନୁଯାୟୀ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ମାତ୍ର ଅଣ୍ଡିରା ବବୁନ୍ ମାଙ୍କଡ଼ ‘ଜଗା’ର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଛି। ଅଣ୍ଡିରା ବବୁନ୍ ମାଙ୍କଡ଼ ଓ ୧୮ ବର୍ଷର ଏକମାତ୍ର ମାଈ ବବୁନ୍ ମାଙ୍କଡ଼ଟି ୪ ବର୍ଷ ହେଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର ପୃଥକୀକରଣ କକ୍ଷରେ ରହି ଆସୁଥିଲେ ।
ଅଣ୍ଡିରା ବବୁନ୍ ‘ଜଗା’ ଏକ ମାସ ହେଲା ବାଦ୍ଧର୍କ୍ୟରେ ପୀଡ଼ିତ ହୋଇ ଚିକିତ୍ସାଧିନ ଥିଲା। ପ୍ରାଣୀ ଚିକିତ୍ସା କେନ୍ଦ୍ରର ଚିକିତ୍ସକମାନେ ଭିଟାମିନ୍ ଏବଂ ମିନେରାଲ ଦେଇ ଚିକିତ୍ସା କରୁଥିଲେ।
Comments are closed.