ଅଯୋଧ୍ୟା: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସପରିବାର ରାମମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଆଳତି କରିବା ସହ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ମହାକୁମ୍ଭରେ ବୁଡ଼ ପକାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି।
ଆଗାମୀ ଦିନରେ ଅଯୋଧ୍ୟାରେ ଓଡ଼ିଶା ଭବନ କରାଯିବ । ଏଥିପାଇଁ ଜମି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମହାକୁମ୍ଭ ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ପ୍ରୟାଗରାଜ ଗସ୍ତ କରି ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରିଛନ୍ତି। ଏହା ସହିତ ପୂଜା ଓ ଆରତି ମଧ୍ୟ କରିଛନ୍ତି। ଏହି ଅବସରରେ ପ୍ରାର୍ଥନା କରି ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ ।
Comments are closed.