Latest Odisha News

BREAKING NEWS

୧୦ ମାସରେ ଟଙ୍କା ଡବଲ୍ ହୋଇଯିବ କହି ଠକେଇ, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ଦଶ ମାସ ମଧ୍ୟରେ ଜମା ଟଙ୍କା ଦୁଇଗୁଣ କରିବାର ପ୍ରତିଶ୍ରୁତି ଦେଇ ୨୦୦ରୁ ଅଧିକ ନିବେଶକଙ୍କୁ ପାଞ୍ଚ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଜଣକ ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳ ସ୍ଥିତ ଶାରଶାଦା ଗ୍ରାମର ଧନଞ୍ଜୟ ସାହୁ ବୋଲି ଜଣାପଡିଛି। ତାଙ୍କୁ ଫେବୃଆରୀ ୨୧ ତାରିଖରେ ହାଇଦ୍ରାବାଦର ଖୈରତାବାଦରୁ ଗିରଫ କରାଯାଇଥିଲା।
ଗିରଫ ହେବା ପରେ ଅଭିଯୁକ୍ତଙ୍କୁ ହାଇଦ୍ରାବାଦର ନାମପାଲିର ଫାଷ୍ଟ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ପରେ ଭୁବନେଶ୍ୱରକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଥିଲା।

ତେବେ ତାଙ୍କୁ କଟକର ଓପିଆଇଡି ଆକ୍ଟ ଅନୁଯାୟୀ ନିର୍ଦ୍ଧିଷ୍ଟ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।

ଯାଜପୁର ଜିଲ୍ଲାର ବିଚିତ୍ରପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଲିଖିତ ରିପୋର୍ଟ ଆଧାରରେ “ମ୍ୟୁଚୁଆଲ୍ ଆଲାଏନ୍ସ ଗ୍ଲୋବାଲ୍ ପ୍ରାଇଭେଟ୍ ଲିମିଟେଡ୍” କମ୍ପାନୀ ନାଁରେ ମାମଲା ରୁଜୁ ହୋଇଛି। ଏହି କମ୍ପାନୀ ମାଧ୍ୟମରେ ୧୦ ମାସ ମଧ୍ୟରେ ଜମା ଟଙ୍କା ପରିମାଣ ଦୁଇଗୁଣ କରିବାର ପ୍ରତିଶ୍ରୁତି ଦେଇ ବେଆଇନ ଭାବରେ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ କରାଯାଇଛି।

 

Comments are closed.