Latest Odisha News

BREAKING NEWS

ଦୋଷୀ ସାଂସଦଙ୍କୁ ଆଜୀବନ ବ୍ୟାନ ଠିକ୍ ନୁହେଁ; ସୁପ୍ରିମକୋର୍ଟରେ କେନ୍ଦ୍ରର ଜବାବ

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ନିର୍ବାଚନ ଲଢ଼ିବା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇବା ଉଚିତ୍ ନୁହେଁ। ରାଜନେତାଙ୍କ ନିର୍ବାଚନ ଲଢିବା ସମ୍ପର୍କିତ ଏକ ଆବେଦନ ଉପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏଭଳି ଜବାବ ରଖିଛନ୍ତି।

କେନ୍ଦ୍ର ସରକାର କହିଛନ୍ତି ଯେ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ କଠୋର ହେବ।

ପ୍ରଚଳିତ ଆଇନ ଅନୁଯାୟୀ, ଯଦି କୌଣସି ରାଜନେତାଙ୍କୁ ଦୁଇ ବର୍ଷରୁ ଅଧିକ ଜେଲଦଣ୍ଡ ଦିଆଯାଏ, ତେବେ ତାଙ୍କ ସଜା ପୂରଣ କରିବାର ଛଅ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ପାଇଁ ବାରଣ କରାଯାଏ। ଅପରପକ୍ଷରେ ସଂସଦୀୟ ନୀତି ଅନୁଯାୟୀ, ଅଯୋଗ୍ୟତା ସମୟ-ସୀମିତ। ଫଳରେ ଆଜୀବନ ପ୍ରତିବନ୍ଧକ ଲଗାଇବା ନ୍ୟାୟସଙ୍ଗତ ହେବ ନାହିଁ।

ଆଡଭୋକେଟ୍ ଅଶ୍ୱିନୀ ଉପାଧ୍ୟାୟ ୨୦୧୬ରେ ଜନହିତ ଯାଚିକା ଲଗାଇଥିଲେ। ଯାହାଦ୍ବାରା ୧୯୫୧ର ଧାରା ୮ ଏବଂ ୯ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକ ଆବେଦନ କରିଥିଲେ।

Comments are closed.