Latest Odisha News

BREAKING NEWS

ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର: ଯାତ୍ରା କଳାକାର ବାପି ପଣ୍ଡାଙ୍କ ୨ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଗତ ରାତିରେ ଉଭୟଙ୍କୁ ମନ୍ଦିର ସାମ୍ନାରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲା ଟାଉନ ଥାନା ଅନ୍ତର୍ଗତ ନାଥପାଣି ଛକରେ ଗତକାଲି କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛନ୍ତି । ମନ୍ଦିରରେ ମହାଶିବରାତ୍ରୀ ଚାଲିଥିବା ବେଳେ ମନ୍ଦିର ସାମ୍ନାରେ ଦୁର୍ବୃତ୍ତମାନେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରି ଥିଲେ । ତେବେ ଆକ୍ରମଣ ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ମାନେ । ତେବେ ଆକ୍ରମଣରେ ଶିକାର ହୋଇଥିବା ୨ ଭାଇ ହେଉଛନ୍ତି ଯାତ୍ରା କଳାକାରଙ୍କ ବାପି ପଣ୍ଡାଙ୍କ ଦୁଇ ଭାଇ ବାପୁ ପଣ୍ଡା ଓ ବାବି ପଣ୍ଡା। ଉଭୟଙ୍କୁ ପ୍ରଥମେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସାନ ଭାଇଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ବାଲେଶ୍ୱର ଟାଉନ ଥାନା ପୋଲିସ ଓ ସିଟି ଡିଏସ୍‌ପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆକ୍ରମଣର କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି।

 

 

Comments are closed.