ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ଗତକାଲି ମହାଦୀପ ଉଠିବା ବେଳେ ଘଟିଥିବା ଅଘଟଣ ପାଇଁ ମେୟର ସୁଲୋଚନାଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଧାୟକ ବାବୁ ସିଂ । ଭୁବନେଶ୍ବର ମେୟର ସୁଲୋଚନା ଦାସ, ପୂରା ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଥିବା ବେଳେ ମେୟର ପ୍ରଶାସନର ଅଂଶ କି ନାହିଁ ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ବାବୁ ସିଂ ।
ତେବେ ଜାଗର ରାତିରେ ମହାଦୀପ ଉଠିବା ବେଳେ ସେବାୟତ ଖସିପଡି ଆହତ ହେବା ଘଟଣାକୁ ନେଇ ମେୟର ସୁଲୋଚନା ଦାସ କହିଛନ୍ତି, ମନ୍ଦିରକୁ ଚଢିବା ବାଟରେ ସବୁ ବର୍ଷ ବାଲି ପଡେ । ଗୋଡ ନଖସିବାକୁ ମନ୍ଦିର ଚଢିବା ବାଟରେ ବାଲି ପଡେ । ହେଲେ ଏଥର ବାଲି ପକାଇବାକୁ ପ୍ରଶାସନ ଭୁଲିଯାଇଛି ।
ଯାହାକୁ ନେଇ ମେୟରଙ୍କୁ କଡା ଟାର୍ଗେଟ କରିଛନ୍ତି, ବିଜେପି ବିଧାୟକ ବାବୁ ସିଂ । ଶ୍ରୀଲିଙ୍ଗରାଜ ମନ୍ଦିର ଘଟଣାକୁ ନେଇ ଟାର୍ଗେଟ୍ କରି ବାବୁ କହିଛନ୍ତି, ଠାକୁରଙ୍କୁ ନେଇ କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ । ମେୟର କ’ଣ ପ୍ରଶାସନର ଅଂଶ ନୁହନ୍ତି? ବୋଲି ପ୍ରଶ୍ନ କରିଛନ୍ତି ବାବୁ । କାଲି ମେୟର ବି ବ୍ୟବସ୍ଥାର ତଦାରଖ କରୁଥିଲେ, ତ୍ରୁଟି ଜଣାଇଲେନି କାହିଁକି? ବିରୋଧୀ କେବଳ ଆଙ୍ଗୁଳି ଦେଖାଇବା ପାଇଁ ବସି ନାହାନ୍ତି । ସେପଟେ ଜାଗର ପୂର୍ବରୁ କରାଯାଇଥିବା ସମସ୍ତ ସମୀକ୍ଷାକୁ ନେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।
ତେବେ ଗତକାଲି ଜାଗର ରାତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ସମୟରେ, ମହାଦୀପ ନେଇ ଯାଉଥିବା ସେବାୟତ ଜଣଙ୍କ କିଛି ବାଟ ଚଢିଲା ପରେ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କର ମୁହଁ ଏବଂ ଶରୀରର ଅନ୍ୟ ଅଂଶରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସୁସ୍ଥ ଅଛନ୍ତି ।
ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଭକ୍ତଙ୍କ ମନରେ ଘୁରୁଥିବା ବେଳେ ଯେ, କାହିଁକି ଏପରି ଅଘଟଣ ଘଟିଲା? ଏହାକୁ ନେଇ ଆହତ ସେବାୟତ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା କାରଣ ଅନୁଯାୟୀ, ବାଲାନ୍ସ ନରହିବାରୁ, ହାତ ଖସିଯାଇଥିଲା ଏବଂ ସେ ତଳକୁ ଖସିପଡିଥିଲେ । ଏଥିସହିତ ସେବାୟତଙ୍କ ପୁଅ ମଧ୍ୟ କହିଛନ୍ତି, ମହାଦୀପରେ ଅଧିକ ଘିଅ ଯୋଗୁଁ ଏହା ହାତରେ ଲାଗିଥିଲା । ଫଳରେ ହାତ ଖସିଯିବାରୁ ଏଭଳି ଅଘଟଣ ଘଟିଲା ।
ସେପଟେ ଆଗ ଚିକିତ୍ସା କାର୍ଯ୍ୟ ସରୁ , ଏହା ପରେ କାରଣ ନେଇ ତଦନ୍ତ ହେବ ବୋଲି ମତ ରଖିଛନ୍ତି ଆଇନମନ୍ତ୍ରୀ ।
Comments are closed.