ମାଲକାନଗିରି: ଛତିଶଗଡ଼ରେ ସୁରକ୍ଷା ବାହିନୀ-ମାଓବାଦୀଙ୍କ ମୁହାଁମୁହିଁ । ସୁକମା ଜିଲ୍ଲା କିସ୍ତରାମ ଥାନା ମେଟାଗୁଡ଼ା ଜଙ୍ଗଲରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେଶନ ଚାଲିଥିବା ବେଳେ ପ୍ରଥମେ ଗୁଳିମାଡ଼ କରିଥିଲେ ମାଓବାଦୀ । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଥିବା ନେଇ ସୂଚନା ଦେଇଛି ସୁକ୍ମା ପୋଲିସ।
ଜିଲ୍ଲା କିସ୍ତାରାମ ଜଙ୍ଗଲରେ ନକ୍ସଲମାନେ ସକ୍ରିୟ ଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ଏବଂ କୋବ୍ରାର ଜଏଣ୍ଟ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ଅପରେଶନ ଚାଲିଥିବା ବେଳେ ପ୍ରଥମେ ଗୁଳିମାଡ଼ କରିଥିଲେ ମାଓବାଦୀ । ପ୍ରତିଉତ୍ତରରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚାଳନା କରିଥିଲେ । ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଶବ ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
Comments are closed.