ଭୁବନେଶ୍ଵର: ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା ଦିବଂଗତ ନବ ଦାସ ହତ୍ୟା ମାମଲା । ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବେନି ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସ । ଆଜି ହାଜର ନ ହେବାକୁ ଫୋନ୍ରେ ଜଣାଇବା ସହ ସମୟ ମାଗିଛନ୍ତି ଦୀପାଳି । ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍ କରି ସମୟ ମାଗିଥିବା ନେଇ ସୂଚନା ମିଳିଛି । ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସମୟ ମାଗିଛନ୍ତି ଦୀପାଳି । ତା’ ଛଡା କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଜଣାଇଛନ୍ତି ଦୀପାଳି । ତେବେ ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା ।
ସୂଚନା ଅନୁସାରେ, ନବ ଦାସ ହତ୍ୟା ମାମଲାରେ ପୁଣି ତନାଘନା ଆରମ୍ଭ କରିଛି କ୍ରାଇମ୍ବ୍ରାଞ୍ଚ। ଆଜି କ୍ରାଇମ୍ବ୍ରାଞ୍ଚରେ ହାଜର ହେବାପାଇଁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ ନୋଟିସ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ତେବେ ଦୁଇ ଜଣଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ କୌଣସି ଦିନ ହାଜର ହେବା ପାଇଁ ନୋଟସ୍ କରାଯାଇଥିବା ବେଳେ ଆଜି କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ମନା କରିବା ସହ କିଛି ଦିନ ସମୟ ମାଗିଛନ୍ତି ଦୀପାଳି ଦାସ୍ । ଅନ୍ୟପଟେ ମାମଲାକୁ ସିବିଆଇ ତଦନ୍ତ କରୁ ବୋଲି ଦାବି କରାଯାଇଛି ।
Comments are closed.