Latest Odisha News

BREAKING NEWS

ଆପଣଙ୍କ ଘର ଉତ୍ତର-ପୂର୍ବ ମୁହାଁ କି?

ଭୁବନେଶ୍ବର: ବାସ୍ତୁ ସିଦ୍ଧାନ୍ତକୁ ମାନି ଘରର ତିଆରି କରାଯାଏ ବା ଭୂମି କିଣାଯାଏ । ଦେଖିଥିବେ ଅନେକ ଭୂଖଣ୍ଡ ସିଧା ଦିଗକୁ ଥାଏ ଅର୍ଥାତ୍ ସିଧା ପୂର୍ବ, ପଶ୍ଚିମ, ଉତ୍ତର କିମ୍ୱା ଦକ୍ଷିଣ ଦିଗକୁ ଥାଏ। କିନ୍ତୁ ଅନେକ ଏମିତି ବି ଭୂଖଣ୍ଡ ବା ପ୍ଳଟ୍‌ ଥାଏ ଯାହା କୋଣକୁ ମୁହଁ କରିଥାଏ । ଅର୍ଥାତ୍ ଉତ୍ତର-ପୂର୍ବ (ଐଶାନ୍ୟ) କୋଣ, ଉତ୍ତର-ପଶ୍ଚିମ (ବାୟବ) କୋଣ ଦକ୍ଷିଣ-ପୂର୍ବ)ଆଗ୍ନେୟ କୋଣ ବା ଦକ୍ଷିଣ-ପଶ୍ଚିମ (ନୈଋତ) କୋଣ। ଫଳରେ ମୁଖ୍ୟ ଦ୍ୱାର ଏହି କୋଣକୁ କରିବାକୁ ପଡେ ।

ତେବେ ଉତ୍ତର-ପୂର୍ବ / ଐଶାନ୍ୟ ମୁହାଁ ଭୁଖଣ୍ଡ ଅବା ଘରେ ଥିଲେ, ଗୃହ ନିର୍ମାଣ ବେଳେ ଜଳ ନିଷ୍କାସନ ପାଇଁ ପୂର୍ବ କିମ୍ବା ଉତ୍ତରକୁ ଢାଲୁ କରିବା ଉଚିତ। ଐଶାନ୍ୟ ମୁହାଁ ଭୂଖଣ୍ଡର ପୂର୍ବପଟକୁ ଅଧିକ ଜାଗାଥିଲେ ଏହି ଭୂମିରେ ଘର କଲେ ଅନେକ ଶୁଭଫଳ ମିଳିଥାଏ। ଏପରି ଭୂଖଣ୍ଡରେ ଘର କରୁଥିବା ବେଳେ ପଶ୍ଚିମ ଅପେକ୍ଷା ପୂର୍ବରେ ଏବଂ ଦକ୍ଷିଣ ଅପେକ୍ଷା ଉତ୍ତର ପଟରେ ଅଧିକ ଖାଲି ଯାଗା ଥିବା କଥା।

ତେବେ ଐଶାନ୍ୟ ମୁହାଁ ଘରରେ ପୂର୍ବରେ ଅତି ଉଚ୍ଚକୋଠା ଥିଲେ ଘର ମାଲିକ ଅନେକ ସମସ୍ୟାରେ ପଡନ୍ତି । ଏପରି ଥିଲେ ବୃହସ୍ପତିଙ୍କ ପ୍ରାଣ ପ୍ରତିଷ୍ଠିତ ଯନ୍ତ୍ରକୁ ସ୍ଥାପନା କରିବେ । ଏଥିସହ ମୁଖ୍ୟଦ୍ୱାରରେ କଳସ ସ୍ଥାପନା କରିବେ ଓ ଜଳକୁ ନିୟମିତ ବଦଳାଇବେ।

ସେହିପରି ଦକ୍ଷିଣ-ପଶ୍ଚିମ ପଟରେ ଗାତ ଥିଲେ ଏହାକୁ ତୁରନ୍ତ ପୋତି ଦେବେ । ଏହି ଦିଗରେ ରାହୁ ଯନ୍ତ୍ରକୁ ସ୍ଥାପନା କରିବେ।

ମନେରଖନ୍ତୁ ଗୃହର ସାମ୍ନାରେ ଅଳିଆ ଆବର୍ଜନା ଜମା ହେଉଥିଲେ ଏହା ନିୟମିତ ସଫାକରିବା ଦରକାର ଅନ୍ୟଥା ଶତ୍ରୁବୃଦ୍ଧି ହୋଇଥାଏ।

ଦକ୍ଷିଣ କିମ୍ବା ପଶ୍ଚିମରେ ଅଧିକ ଖାଲିସ୍ଥାନ ଛାଡିଥିଲେ ଦରିଦ୍ର ହୋଇଯିବେ । ତେଣୁ ପ୍ରତିକାର ପାଇଁ ସ୍ୱସ୍ତିକ ବିଧି ବିଧାନର ସହ ସ୍ଥାପନା କରିବା ଉଚିତ୍ ।

 

Comments are closed.