Latest Odisha News

BREAKING NEWS

ଯାତ୍ରୀଙ୍କ ପାଇଁ ଖୁସିଖବର, ଏଣିକି କେଦରନାଥ ଯାତ୍ରା ପାଇଁ ଲାଗିବ ମାତ୍ର ୩୬ ମିନିଟ୍!

ନୂଆଦିଲ୍ଲୀ: ଆଉ ୮-୯ ଘଣ୍ଟା ନୁହେଁ, ୩୬ ମିନିଟରେ ହେବ କେଦାରନାଥ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି । ହେମକୁଣ୍ଡ ସାହିବ ରୋପ ୱେ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଯାଏ ୧୨.୪ କିମି ରୋପୱେ ନିର୍ମାଣ କରାଯିବ।ଏଥିପାଇଁ ୨୭୩୦କୋଟି ଟଙ୍କା ଖର୍ଚ୍ଚ ହେବ।

ତେବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ରୋପ୍ ୱେ ତୀର୍ଥଯାତ୍ରୀଙ୍କ ଯାତ୍ରା ସମୟକୁ ୮/୯ ଘଣ୍ଟାରୁ ୩୬ ମିନିଟକୁ ହ୍ରାସ କରିବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ଦିବ୍ୟାଙ୍ଗ ଓ ବୟସ୍କ ଲୋକଙ୍କୁ ବହୁତ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପର ମୋଟ ମୂଲ୍ୟ ୪ ହଜାର କୋଟି ଟଙ୍କାରୁ ଅଧିକ ହେବ। ସେହିପରି ହେମକୁଣ୍ଡ ସାହିବ ରୋପୱେର ମଧ୍ୟ ବିକାଶ କରାଯିବ । ଏହି ରୋପୱେର ଲମ୍ବ ୧୨.୪ କିଲୋମିଟର ହେବ। ଏହି ପ୍ରକଳ୍ପର ସମୁଦାୟ ମୂଲ୍ୟ ୨ ହଜାର ୭୩୦ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି।

କହିରଖୁଛୁ ଯେ, ଗତ ୨୦୨୨ ଅକ୍ଟୋବର ୨୧ରେ କେଦାରନାଥ ମନ୍ଦିର ଗସ୍ତରେ ଯାଇ କେଦାରନାଥ ରୋପ୍ ୱେ ପାଇଁ ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ କେଦାରନାଥ ରୋପ୍ ୱେ ପାଖାପାଖି ୯.୭ କିଲୋମିଟର ଦୀର୍ଘ ହେବ। ଏହା ଗୌରୀକୁଣ୍ଡକୁ କେଦାରନାଥ ସହ ସଂଯୁକ୍ତ କରିବ। ଫଳରେ ଉଭୟ ସ୍ଥାନରୁ ଯାତ୍ରା ସମୟ ୮ରୁ୯ ଘଣ୍ଟାରୁ ହ୍ରାସ ହୋଇ ମାତ୍ର ୩୬ ମିନିଟ ହେବ। ସେହିପରି ହେମକୁଣ୍ଡ ରୋପୱେ ଗୋବିନ୍ଦ ଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୁକ୍ତ କରିବ। ଏହା ପ୍ରାୟ ୧୨.୪ କିଲୋମିଟର ଦୀର୍ଘ ହେବ। ଫଳରେ ଉଭୟ ସ୍ଥାନକୁ ଯାତ୍ରାର ସମୟ ଦିନକରୁ ହ୍ରାସ ହୋଇ ମାତ୍ର ୪୫ ମିନିଟ୍‌ରେ ସୀମିତ ହେବ। ଏହି ରୋପ୍ ୱେ ଘାଁଘରିଆକୁ ବି ସଂଯୁକ୍ତ ହେବ।

Comments are closed.