Latest Odisha News

BREAKING NEWS

ପଡୋଶୀ ଘରକୁ ଗଲା ବୋଲି, ୫ ବର୍ଷର ଝିଅକୁ ୪ ଖଣ୍ଡ କରିଦେଲା ବାପା

ସୀତାପୁର: ଉତ୍ତରପ୍ରଦେଶର ସୀତାପୁରରେ ଜଣେ ବ୍ୟକ୍ତି ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ପ୍ରଥମେ ଝିଅର ତଣ୍ଟି ଚିପି ମାରିବା ସହ ମୃତଦେହକୁ ଚାରି ଖଣ୍ଡ କରି ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଅଭିଯୁକ୍ତଙ୍କ କହିବାନୁସାରେ ତାଙ୍କର ପଡ଼ୋଶୀଙ୍କ ସହିତ ବିବାଦ ଚାଲିଛି। ତେବେ ମନା କରିବା ସତ୍ତ୍ୱେ ଝିଅ ପଡ଼ୋଶୀଙ୍କ ଘରକୁ ଯିବାଆସିବା କରୁଥିଲା। ଯାହା ଫଳରେ ସେ ରାଗିଯାଇ ତାଙ୍କ ଝିଅକୁ ମାରିଦେଇଥିଲା।

ସ୍ଥାନୀୟ ଏସପି ପ୍ରବୀଣ ରଞ୍ଜନ ସିଂହ କହିଛନ୍ତି ଯେ ୨୫ ଫେବୃଆରୀରେ ଝିଅଟି ନିଖୋଜ ହେବା ସମ୍ପର୍କରେ ଏକ ଅଭିଯୋଗ ଆସିଥିଲା। ପରିବାର ଲୋକ କହିଥିଲେ ଯେ ଝିଅଟି ତାଙ୍କ ଘର ପାଖରୁ ନିଖୋଜ ହୋଇଯାଇଥିଲା। ଆମେ ଏକ ମାମଲା ରୁଜୁ କରି ତାକୁ ଖୋଜିବା ପାଇଁ ଚାରୋଟି ଦଳ ଗଠନ କରିଥିଲୁ। ଖୋଜାଖୋଜି ସମୟରେ ଝିଅଟିର ଶରୀରର ଏକ ଖଣ୍ଡ ମିଳିଥିଲା।

ମୋହିତ ପୋଲିସକୁ ଆହୁରି ମଧ୍ଯ କହିଥିଲେ ଯେ ଘଟଣା ଦିନ ସେ ତାଙ୍କ ଝିଅକୁ ରାମୁ ଘରୁ ଆସୁଥିବାର ଦେଖିଥିଲେ। ଯାହାପରେ ସେ ରାଗିଯାଇ ଝିଅକୁ ବାଇକରେ ବସାଇ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲା। ଏହା ପରେ ସେ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ଏକ କ୍ଷେତରେ ଫିଙ୍ଗି ପଳାଇଯାଇଥିଲା।

Comments are closed.