Latest Odisha News

BREAKING NEWS

ସାମାନ୍ଯ ଖସିଲା ତାପମାତ୍ରା, କାଲିଠୁ ୨ରୁ ୩ ଡିଗ୍ରୀ ବଢିପାରେ 

ଭୁବନେଶ୍ୱର: ସାମାନ୍ଯ ଖସିଲା ତାପମାତ୍ରା। କାଲିଠୁ ୨ ରୁ ୩ ଡିଗ୍ରୀ ବଢିପାରେ ପାରଦ। ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରବାହିତ କରିବାର ସମ୍ଭାବନା ଥିବାରୁ ଥଣ୍ଡା ବାୟୁର ପ୍ରଭାବ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆଜି ମଧ୍ୟ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ। ‌ଗୁରୁବାର ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରହିଥିଲା। ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ଥିଲା । ୩୫ ଡିଗ୍ରୀ ଉପରେ ୮ଟି ସହର ଥିଲା ।

ସେହିପରି ଗତକାଲି ରାତିରେ ଅଧିକାଂଶ ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିବା ସହ ଥଣ୍ଡା ଅନୁଭୂତ ହୋଇଥିଲା। ତେବେ ୯ ତାରିଖ ବେଳକୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ, ବଲାଙ୍ଗୀର, ଟିଟିଲାଗଡ଼, ଭବାନୀପାଟଣା ତାପମାତ୍ରା ୩୯ ଡିଗ୍ରି ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Comments are closed.