Latest Odisha News

BREAKING NEWS

ଏଣିକି ଘରେ ବସି ପାଇପରିବେ କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ୍

ଭୁବନେଶ୍ୱର: ରାଜସ୍ୱ ବିଭାଗର ବଡ଼ ନିଷ୍ପତ୍ତି। କାଷ୍ଟ୍, ଇନକମ୍, ରେସିଡେଣ୍ଟ ସାର୍ଟିଫିକେଟ ପାଇଁ ଆଉ ତହସିଲ ଅଫିସକୁ ଯାଇ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ିବନି। ଘରେ ବସି ମୋବାଇଲରେ ସାର୍ଟିଫିକେଟ ପାଇଁ ଆବେଦନ କରିପାରିବେ। ଓଡ଼ିଶା ସରକାର ଖୁବ୍‌ଶୀଘ୍ର ଏକ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବେ। ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ୍‌ ମୋଡ୍‌ ମାଧ୍ୟମରେ ରାଜସ୍ୱ ବିଭାଗରୁ ବିଭିନ୍ନ ପ୍ରମାଣପତ୍ର ପାଇପାରିବେ।

ଏଥିରେ ଅବହେଳା କଲେ ଧରା ପଡିବେ ଅଧିକାରୀ। ରାଜ୍ୟ ସରକାର ଏପ୍ରିଲ୍‌ରେ ଏହି ସ୍ୱତନ୍ତ୍ର ଆପ୍‌ ଉନ୍ମୋଚନ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ପ୍ରକାଶ କରିଛନ୍ତି। ତାରିଖ ଏବଂ ଉଦ୍ଦେଶ୍ୟ ସହିତ ଆବେଦନଗୁଡ଼ିକର ବିବରଣୀ ଆପ୍ ମାଧ୍ୟମରେ ରେକର୍ଡ କରାଯିବ। ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରାଯିବ।

ମୋବାଇଲରେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କଲେ ଏହାର ବିବରଣୀ ଆପ୍‌ ମାଧ୍ୟମରେ ରେକର୍ଡ କରାଯିବ। କେଉଁ ସାର୍ଟିଫିକେଟ କେତେ ସମୟରେ ମିଳିବ ସେଥିପାଇଁ ସମୟ ଧାର୍ଯ୍ୟ ହେବ। ରାଜସ୍ୱ ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିବ। ନିର୍ଦ୍ଦିଷ୍ଟ ସମୟରେ ସାର୍ଟିଫିକେଟ ନମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ।

Comments are closed.