ଭୁବନେଶ୍ୱର: ଆରମ୍ଭରୁ ହିଁ ବିରୋଧୀଙ୍କ କଡ଼ା ଆଭିମୁଖ୍ୟ। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିଜେଡ଼ି ଏବଂ କଂଗ୍ରେସର ପ୍ପ୍ରବଳ ହଟ୍ଟଗୋଳ ଯୋଗୁଁ ୧୨ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି।
ତେବେ ଆଜିଠୁ ବଜେଟ୍ ଅଧିବେଶନ ଦ୍ୱିତୀୟ ଦିନ ଆରମ୍ଭ ହେଉଥିବା ବେଳେ ବାଚସ୍ପତିଙ୍କ ପୋଡିୟମକୁ ମାଡିଆସିଥିଲେ ବିଜେଡି ଓ କଂଗ୍ରେସ। ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ପ୍ରସଙ୍ଗ ନେଇ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ଜୋରଦାର ହଙ୍ଗାମା କରିଛନ୍ତି। ସେପଟେ ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଧାନସଭା ପରିସରରେ ବିରୋଧ ପ୍ରଦର୍ଶନ କରୁଛି କଂଗ୍ରେସ। ରାଜ୍ୟରେ ନାରୀ ଅସୁରକ୍ଷିତ ଅଭିଯୋଗରେ କଂଗ୍ରେସର ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ ବିକ୍ଷୋଭ ପ୍ରଦର୍ଶନ କରିଛି।
ତେବେ ପ୍ରଥମେ ଗୃହ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ଗୃହ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । ପରେ ନାରୀ ନିର୍ଯାତନା ଲେଖାଥିବା ବ୍ୟାନର ବେକରେ ପକାଇ ଗୃହ ମଧ୍ୟକୁ ନାରାବାଜି ଦେଇ ପ୍ରବେଶ କରିଥିଲେ କଂଗ୍ରେସ ବିଧାୟକମାନେ । କଂଗ୍ରେସର ନାରାବାଜି ଦେଖି ବିଜେଡି ବିଧାୟକମାନେ ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ଲେଖାଥିବା ପ୍ଲା-କାର୍ଡ ଧରି ଆରମ୍ଭ କରିଥିଲେ ହଟ୍ଟଗୋଳ । ୧୦ ଟା.୨୮ ରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ୧୦ଟା ୩୦ରେ ବାଚସ୍ପତି ଆସିବା ପରେ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ। ହଟ୍ଟଗୋଳ ଭିତରେ ମାତ୍ର ୬ ମିନିଟ୍ ଚାଲିପାରିଥିଲା ଗୃହ । ବିଧାନସଭାରେ ପ୍ରବଳ ହୋହଲ୍ଲା ପରେ ମଧ୍ୟାହ୍ନ ୧୨ ଟା ଯାଏ ବାଚସ୍ପତି ସୁରମା ପାଢୀ ଗୃହକୁ ମୁଲତବୀ ରଖିଛନ୍ତି । ଏହାପରେ ବିଜେଡି ବିଧାୟକମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ କଂଗ୍ରେସ ବିଧାୟକ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ।
Comments are closed.