ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ଭାଇ ବିନୋଦ ସେହୱାଗଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ବିନୋଦ ସେହୱାଗଙ୍କୁ ୭ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଚଣ୍ଡିଗଡ଼ର ମଣିମାଜରା ପୋଲିସ ଗିରଫ କରିଛି। ପୋଲିସ ଅଭିଯୁକ୍ତ ବିନୋଦଙ୍କୁ କୋର୍ଟରେ ହାଜର କରିବାପରେ ତାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ।
ତେବେ ପୋଲିସ ଏହି ଜାମିନ ଆବେଦନକୁ ବିରୋଧ କରିଥିଲା। ଗତ ଗୁରୁବାର ଦିନ ସ୍ଥାନୀୟ କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା ବେଳେ କୋର୍ଟ ମାମଲାକୁ ସଂରକ୍ଷିତ ରଖିଛନ୍ତି। ଏପରିକି ମାର୍ଚ୍ଚ ୧୦ରେ ଆଗାମୀ ଶୁଣାଣି ହେବ।
ବିନୋଦ ଏବଂ ମେସର୍ସ ଜଲତା ଫୁଡ୍ ବେଭେରେଜେସ୍ ପ୍ରାଇଭେଟ୍ ଲିମିଟେଡର ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ମଧ୍ୟ ୨୦୨୩ ମସିହାରେ ମଣିମାଜରା ଥାନାରେ ଧାରା ୧୭୪-ଏ ଅନୁସାରେ ମାମଲା ରୁଜୁ କରାଯାଇଥିଲା। ତେବେ ଏହି ତିନି ଜଣଙ୍କ ଦ୍ୱାରା ଦିଆଯାଇଥିବା ଚେକ୍ ବାଉନ୍ସ ହେବା ପରେ ପଞ୍ଚକୁଲାର ସେକ୍ଟର ୧୨ର ବାସିନ୍ଦା ତଥା ଶ୍ରୀ ନୈନା ପ୍ଲାଷ୍ଟିକ୍ ବାଦ୍ଦିର ମାଲିକ କୃଷ୍ଣ ମୋହନ ଖାନ୍ନା ସେମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଯାହାପରେ ମାମଲା ରୁଜୁ ହୋଇଥିଲା।
Comments are closed.