ଭୁବନେଶ୍ୱର: ପୁରୁଷ ସିନିୟର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଂଟ କଳାହାଣ୍ଡି କପ ମାର୍ଚ୍ଚ ୧୮ରୁ ଆରମ୍ଭ ହେବ । ଏହି ଲୋକପ୍ରିୟ ଟୁର୍ଣ୍ଣାମେଂଟରେ ଏଥର ୩୮ଟି ଟିମ ଅଂଶଗ୍ରହଣ କରିବେ ବୋଲି ଓଡିଶା କ୍ରିକେଟ ଆସୋସିଏଶନ ପକ୍ଷରୁ କୁହାଯାଇଛି । ୬ଟି ଗ୍ରୁପରେ ଦଳଗୁଡିକ ଭାଗ କରାଯାଇଛି । ଗତ ସଂସ୍କରଣରେ ଅବଶିଷ୍ଟ ଓଡିଶା ସି ଏକାଦଶ ଟାଇଟଲ ହାସଲ କରିଥିଲା ।
ଗ୍ରୁପ ଏ: ଇଷ୍ଟକୋଷ୍ଟ ରେଲୱେc, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, କନ୍ଧମାଳ, ଯାଜପୁର ।
ଗ୍ରୁପ ବି: କଟକ ଏ, କେନ୍ଦୁଝର, ବୌଦ୍ଧ, ନୂଆପଡା, ଜଗତସିଂହପୁର, ଖୋର୍ଦ୍ଧା ।
ଗ୍ରୁପ ସି: ନୟାଗଡ, ଭୁବନେଶ୍ୱର ବି, ପାରାଦ୍ୱୀପ, ଗଜପତି, କଳାହାଣ୍ଡି, ସୁନ୍ଦରଗଡ ।
ଗ୍ରୁପ ଡି: ଭୁବନେଶ୍ୱର ଏ, ଅନୁଗୋଳ, ପୁରୀ, ବଲାଙ୍ଗୀର, ଦେଓଗଡ, ରାଉରକେଲା ।
ଗ୍ରୁପ ଇ: ବାଲେଶ୍ୱର, ବରଗଡ, କେନ୍ଦ୍ରାପଡା, ସୋନପୁର, ମାଲକାନଗିରି, ସମ୍ବଲପୁର ଏ, ଝାରସୁଗୁଡା ।
ଗ୍ରୁପ ଏଫ: ଭଦ୍ରକ, କିଟ, ସମ୍ବଲପୁର ବି, ଗଞ୍ଜାମ, ରାୟଗଡା, କcଟକ ବି, ଢ଼େଙ୍କାନାଳ ।
Comments are closed.