Latest Odisha News

BREAKING NEWS

୩୩ କୋଟିର ନିଶା ଦ୍ରବ୍ୟ ଜବତ, ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ : ଜାହାଜରୁ ଜବତ ହେଲା ବିପୁଳ ନିଶା ଦ୍ରବ୍ୟ। ଏହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏବଂ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)କୁ ମିଳିତ ଅପରେସନରେ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ମାର୍ଚ୍ଚ ୭ ତାରିଖରେ ଅଧିକାରୀମାନେ ମାଳଦ୍ୱୀପ ଅଭିମୁଖେ ଯାଉଥିବା ଏକ ଟଗ୍ ବାର୍ଜ ଜାହାଜରୁ ୨୯.୯୫୪ କିଲୋଗ୍ରାମ ହସିସ୍ ତେଲ ଜବତ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୩୨.୯୪ କୋଟି ।

ସୂଚନା ଅନୁଯାୟୀ, ତାମିଲନାଡୁର ଥୁଥୁକୁଡି ଜିଲ୍ଲାରେ ଥିବା ତୁତିକୋରିନର ଏକ ଗ୍ୟାଙ୍ଗ ଏକ ଟଗ୍ ବାର୍ଜ ଜାହାଜରେ ସମୁଦ୍ର ମଝିରେ ହାଶିଶ ତେଲ ବୋଝେଇ କରିଥିବା ନେଇ ଡିଆରଆଇ ଅଧିକାରୀଙ୍କୁ  ଖବର ମିଳିଥିଲା। ଜଣେ କେବିନ୍ କ୍ରୁ ସଦସ୍ୟଙ୍କ ସହଯୋଗରେ ଜାହାଜରେ ଏହି ସାମଗ୍ରୀ ରଖାଯାଇଥିଲା ଏବଂ ଏହାକୁ ମାଳଦ୍ୱୀପକୁ ପଠାଯିବାର ଯୋଜନା ଥିଲା।

Comments are closed.