Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି : ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫିରେ ଟିମ୍ ଇଣ୍ଡିଆ ୪ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାସଲ କରିଛି। ଏହା ପରେ ଭାରତୀୟ ଦଳକୁ ସୋସିଆଲ ମିଡିଆରେ ଅଭିନନ୍ଦନର ସୁଅ ଛୁଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଦେଶର ବହୁ ସେଲିବ୍ରେଟି, କ୍ରୀଡ଼ାବିତ, ରାଜନେତା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଲେଖିଛନ୍ତି, ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିବା ପାଇଁ ଭାରତୀୟ ଦଳକୁ ହୃଦୟରୁ ଅଭିନନ୍ଦନ। ଭାରତ ଏକମାତ୍ର ଦଳ ଭାବେ ଏହି ଟ୍ରଫିକୁ ତୃତୀୟ ଥର ଜିତିଛି। ଇତିହାସ ରଚିବା ପାଇଁ ଖେଳାଳି, ମ୍ୟାନେଜମେଣ୍ଟ ଓ ସପୋର୍ଟ ଷ୍ଟାଫ ସର୍ବାଧିକ ପ୍ରଶଂସାର ଅଧିକାରୀ। ଭାରତୀୟ କ୍ରିକେଟର ଭବିଷ୍ୟତ ଉଚ୍ଚ୍ବଳ ହେଉ ବୋଲି ସେ ଏକ ପୋଷ୍ଟ କରି କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆକୁ ଏକ୍ସରେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏକ ଅବିଶ୍ୱସନୀୟ ମ୍ୟାଚ ଓ ଅବିଶ୍ୱସନୀୟ ଫଳାଫଳ। ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତି ଘରକୁ ଆଣୁଥିବା ଆମ କ୍ରିକେଟ ଦଳ ପାଇଁ ଗର୍ବିତ। ସେମାନେ ପୂରା ଟୁର୍ନାମେଣ୍ଟରେ ଚମତ୍କାର ଖେଳିଥିଲେ। ଜବରଦସ୍ତ ପ୍ରଦର୍ଶନ ଲାଗି ଆମ ଦଳକୁ ଅଭିନନ୍ଦନ।

 

ସେହିପରି ଟିମ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଟିମ ଇଣ୍ଡିଆର ସଫଳତା ପାଇଁ ପୂରା ଦେଶ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Comments are closed.